କରୋନା ପାଇଁ ସୁପ୍ରିମକୋର୍ଟରେ କଟକଣା, ଏଣିକି ଜରୁରୀ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଭାରତ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହିଁ। ଏସବୁ ଭିତରେ ଆଜି ସୁପ୍ରିମକୋର୍ଟ ମଧ୍ୟ କରୋନା ଭାଇରସକୁ ଦୃଷ୍ଟିରେ ରଖି କେତେକ କଟକଣା ଲଗାଇଛନ୍ତି। ଆସନ୍ତା ସୋମବାର ଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରୀ ଥିବା ମାମଲା ଗୁଡ଼ିକର ଶୁଣାଣି କରାଯିବ। ସେହିପରି କୋର୍ଟ ମଧ୍ୟରେ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି […]

ed

Hemant Lenka
  • Published: Friday, 13 March 2020
  • , Updated: 13 March 2020, 06:52 PM IST

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଭାରତ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହିଁ। ଏସବୁ ଭିତରେ ଆଜି ସୁପ୍ରିମକୋର୍ଟ ମଧ୍ୟ କରୋନା ଭାଇରସକୁ ଦୃଷ୍ଟିରେ ରଖି କେତେକ କଟକଣା ଲଗାଇଛନ୍ତି।

ଆସନ୍ତା ସୋମବାର ଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରୀ ଥିବା ମାମଲା ଗୁଡ଼ିକର ଶୁଣାଣି କରାଯିବ। ସେହିପରି କୋର୍ଟ ମଧ୍ୟରେ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ମାମଲାର ଶୁଣାଣି ବେଳେ କେବଳ ଯୁକ୍ତି ଉପସ୍ଥାପନ କରୁଥିବା ଓକିଲ ଏବଂ ଲିଟିଗାଣ୍ଟ ପ୍ରବେଶ କରିବେ।

ସେହିପରି ମାମଲାରେ ସହଯୋଗ କରୁଥିବା ଓକିଲ ମଧ୍ୟ କୋର୍ଟ ମଧ୍ୟକୁ ପ୍ରବେଶ କରିପାରିବେ। ଏମାନଙ୍କ ବ୍ୟତୀତ କୌଣସି ବାହାର ଲୋକ କୋର୍ଟ ରୁମରେ ପ୍ରବେଶ କରିପାରିବେ ନାହିଁ।

କରୋନାର ଭୟାବହତାକୁ ଦେଖି ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁସାରେ କାର୍ଯ୍ୟ କରିବାକୁ ଜଷ୍ଟିସ ବୋବଡେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଆଜି ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।

Related story