ହାତରେ ବେଦ ଧରି ସଂସ୍କୃତରେ ଶପଥ ନେଲେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୁରିନାମର ନବ ନିର୍ବାଚିତ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସଂତୋଖି ହାତରେ ବେଦ ଧରି ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୧୬ରେ ସେ ଏଭଳି ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍-କୀ-ବାତରେ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କ କଥା ଉଲ୍ଲେଖ କରିଥିଲେ। ଚନ୍ଦ୍ରିକା ପ୍ରସାଦ ସନ୍ତୋକସିଙ୍କ ଶପଥ ଗ୍ରହଣ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଥମ ଥର ପାଇଁ ଜଣେ ବିଦେଶୀ ନାଗରିକ ସଂସ୍କୃତରେ ଶପଥ ନେଇଥିବାରୁ […]

Indian origin Suriname President Chandrikapersad Santokhi

Subhransu Sekhar
  • Published: Sunday, 26 July 2020
  • , Updated: 26 July 2020, 08:43 PM IST

ନୂଆଦିଲ୍ଲୀ: ସୁରିନାମର ନବ ନିର୍ବାଚିତ ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସଂତୋଖି ହାତରେ ବେଦ ଧରି ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୧୬ରେ ସେ ଏଭଳି ଭାବରେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍-କୀ-ବାତରେ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କ କଥା ଉଲ୍ଲେଖ କରିଥିଲେ।

ଚନ୍ଦ୍ରିକା ପ୍ରସାଦ ସନ୍ତୋକସିଙ୍କ ଶପଥ ଗ୍ରହଣ ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଥମ ଥର ପାଇଁ ଜଣେ ବିଦେଶୀ ନାଗରିକ ସଂସ୍କୃତରେ ଶପଥ ନେଇଥିବାରୁ ଏହା ଏବେ ଚର୍ଚ୍ଚାରେ ବିଷୟ ବସ୍ତୁ ପାଲଟିଛି।

ମନ୍ କୀ ବାତରେ ମୋଦି କହିଛନ୍ତି, ଚନ୍ଦ୍ରିକା ପ୍ରସାଦ ସଂତୋଖି ‘ସୁରିନାମ’ର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ଭାରତର ବନ୍ଧୁ ଏବଂ ସେ ୨୦୧୮ରେ ଆୟୋଜିତ person of Indian Origin (PIO) Parliamentary Conference ମଧ୍ୟ ଅଂଶଗ୍ରହଣ କରିଥିଲେ । ଚନ୍ଦ୍ରିକା ପ୍ରସାଦ ସଂତୋଖି ବେଦମନ୍ତ୍ର ସହ ଶପଥ ନେବା ଆରମ୍ଭ କରିଥିଲେ ଓ ସଂସ୍କୃତରେ କହିଥିଲେ । ସେ ବେଦର ଉଲ୍ଲେଖ କରିଥିଲେ ଏବଂ ‘ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’ ସହ ନିଜର ଶପଥ ସମ୍ପୂର୍ଣ୍ଣ କରିଥିଲେ ।

ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଗୌରବର କଥା । ପ୍ରଧାନମନ୍ତ୍ରୀ ହିସାବରେ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନିଜ ରାଷ୍ଟ୍ରର ସେବା କରିବା ପାଇଁ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ଶୁଭକାମନା ଜଣାଉଛନ୍ତି ବୋଲି ମୋଦି କହିଛନ୍ତି।

Related story