ସୁଷମାଙ୍କ ଟ୍ୱିଟରେ ଡରିଗଲା କଂଗ୍ରେସ!

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫା ଦାବିରେ ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦ ପରିସରରେ ନିରବ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଏ ଦୁହିଁଙ୍କ ନେତୃତ୍ୱରେ ହୋଇଥାଆନ୍ତା ଏହି ନିରବ ପ୍ରତିବାଦ। ତେବେ ଆଜି ସକାଳେ ସୁଷମାଙ୍କ ଏକ ଟ୍ୱିଟ୍ କଂଗ୍ରେସକୁ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିଥିଲା ବୋଲି କୁହାଯାଉଛି। ସୁଷମା ଟ୍ୱିଟ୍ […]

SushmaSwaraj

Rakesh Mallick
  • Published: Wednesday, 22 July 2015
  • , Updated: 22 July 2015, 06:11 AM IST

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଇସ୍ତଫା ଦାବିରେ ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦ ପରିସରରେ ନିରବ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। ଏ ଦୁହିଁଙ୍କ ନେତୃତ୍ୱରେ ହୋଇଥାଆନ୍ତା ଏହି ନିରବ ପ୍ରତିବାଦ। ତେବେ ଆଜି ସକାଳେ ସୁଷମାଙ୍କ ଏକ ଟ୍ୱିଟ୍ କଂଗ୍ରେସକୁ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିଥିଲା ବୋଲି କୁହାଯାଉଛି। ସୁଷମା ଟ୍ୱିଟ୍ କରିଥିଲେ ଯେ କୋଇଲା ଦୁର୍ନୀତିର ଅଭିଯୁକ୍ତ ସନ୍ତୋଷ ବାଗରୋଡିଆଙ୍କୁ ଡିପ୍ଲୋମାଟିକ୍ ପାସପୋର୍ଟ ଯୋଗାଇ ଦେବା ପାଇଁ ଜଣେ ବରିଷ୍ଠ କଂଗ୍ରେସ ନେତା ତାଙ୍କ ଉପରେ ଚାପ ପକାଇଥିଲେ। ଦରକାର ପଡ଼ିଲେ ସେ ତାଙ୍କ ନାଁ ସାର୍ବଜନୀନ କରି ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏହା ପରେ କଂଗ୍ରେସ ତା’ର ରଣକୌଶଳକୁ ତରବରିଆ ଭାବେ ବଦଳାଇ ଦେଇଥିଲା। ତେବେ ନିରବ ପ୍ରତିବାଦ ଯୋଜନାରୁ କଂଗ୍ରେସ ଓହରିଯିବା ପଛରେ ଆଉ ଏକ କାରଣ ରହିଛି ବୋଲି ମଧ୍ୟ କୁହାଯାଉଛି। ସୁଷମାଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ସବୁ ବିରୋଧୀଦଳଙ୍କ ସହମତି ନପାଇବାରୁ କଂଗ୍ରେସ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ବୋଲି କୁହାଯାଉଛି। କଂଗ୍ରେସ ବୁଝି ସାରିଲାଣି ଯେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସୁଷମାଙ୍କ ଇସ୍ତଫା ଦାବିକୁ ଏତେ ଗୁରୁତ୍ୱ ଦେଉ ନାହାନ୍ତି।

Related story