ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ମୁମ୍ୱାଇ: ବଲିଉଡର ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ଚପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବିହାର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହେଲେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ଅନୁମତି ଦେଇନଥିବାରୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାରି ଭିତରେ ଶିବସେନା ନେତା ସଞ୍ଜୟ ରାଉତ ସିଧାସଳଖ ନକହି ବିଜେପି ଆଡ଼କୁ ପରୋକ୍ଷରେ ଇଂଗିତ କରି ରାଜନୀତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଏମିତିକି […]

SUSHANT SINGH SANJAY ROUT

Subhransu Sekhar
  • Published: Sunday, 09 August 2020
  • , Updated: 09 August 2020, 02:53 PM IST

ମୁମ୍ୱାଇ: ବଲିଉଡର ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବରକୁ ଚପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବିହାର ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ହେଲେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ଅନୁମତି ଦେଇନଥିବାରୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହାରି ଭିତରେ ଶିବସେନା ନେତା ସଞ୍ଜୟ ରାଉତ ସିଧାସଳଖ ନକହି ବିଜେପି ଆଡ଼କୁ ପରୋକ୍ଷରେ ଇଂଗିତ କରି ରାଜନୀତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଏମିତିକି ସୁଶାନ୍ତ ଏବଂ ତାଙ୍କ ବାପାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ସଞ୍ଜୟ ଦାବି କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ ମୁମ୍ବାଇ ପୁଲିସର ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। କିନ୍ତୁ ଏହି ସମୟ ମଧ୍ୟରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏବେ ଏହି ମୃତ୍ୟୁ ମାମଲାକୁ ରାଜନୀତିକ ଷଡ଼ଯନ୍ତ୍ରରେ ପରିଣତ କରାଯାଉଛି। ସୁଶାନ୍ତ ସିଂହ ରାଜପୁତଙ୍କର ତାଙ୍କ ବାପାଙ୍କ ସହିତ ସମ୍ପର୍କ ଠିକ୍ ନଥିଲା। ସୁଶାନ୍ତ ତାଙ୍କ ବାପାଙ୍କୁ ନିକଟରେ କେତେଥର ଭେଟିଛନ୍ତି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ଏହି ମୃତ୍ୟୁ ଘଟଣାକୁ ଏବେ ରାଜନୀତିକ ଷଡ଼ଯନ୍ତ୍ରରେ ପରିଣତ କରିବା ପାଇଁ ସ୍କିପ୍ଟ ଲେଖାଯାଉଛି ବୋଲି ସେ କହିଛନ୍ତି। ବିହାରର କିଛି ନେତା ଏବଂ ମହାରାଷ୍ଟ୍ରର ନେତା ଏହି ପ୍ରସଙ୍ଗରେ ହାତ ମିଳାଇଛନ୍ତି କହି ପରୋକ୍ଷରେ ବିଜେପିକୁ ଇଙ୍ଗିତ କରିଛନ୍ତି ସଞ୍ଜୟ ରାଉତ। ତିନି ଦିନ ପୂର୍ବରୁ ସଞ୍ଜୟ ରାଉତ କହିଥିଲେ ଯେ ମହାରାଷ୍ଟ୍ର ପୁଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଥିବା ବେଳେ କେନ୍ଦ୍ର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଏହା ରାଜୀନତିକ ଷଡ଼ଯନ୍ତ୍ର। ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଲିସ କହିଛି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ହେଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ଏବଂ ସୁଶାନ୍ତଙ୍କ ସମର୍ଥକମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି।

Related story