ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଆସିଲା ଫରେନସିକ୍ ରିପୋର୍ଟ

ମୁମ୍ୱାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ତଦନ୍ତ କରି ବୟାନ ରେକର୍ଡ କରୁଛି। ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍ ଭିସେରା ରିପୋର୍ଟ ଆସିଛି। ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିଆ ହୋଇନଥିବା ଜଣାପଡ଼ିଛି। କାଲିନା ଫୋରେନସିକ୍ ଲ୍ୟାବ ବାନ୍ଦ୍ରା ପୁଲିସକୁ ଏହି ରିପୋର୍ଟ ଦେଇଛି। ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇ ନାହିଁ। ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ନଖର ରିପୋର୍ଟ ପରେ […]

sushanta

Subhransu Sekhar
  • Published: Monday, 27 July 2020
  • , Updated: 27 July 2020, 06:13 PM IST

ମୁମ୍ୱାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ତଦନ୍ତ କରି ବୟାନ ରେକର୍ଡ କରୁଛି। ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍ ଭିସେରା ରିପୋର୍ଟ ଆସିଛି। ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିଆ ହୋଇନଥିବା ଜଣାପଡ଼ିଛି। କାଲିନା ଫୋରେନସିକ୍ ଲ୍ୟାବ ବାନ୍ଦ୍ରା ପୁଲିସକୁ ଏହି ରିପୋର୍ଟ ଦେଇଛି।

ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇ ନାହିଁ। ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ନଖର ରିପୋର୍ଟ ପରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା କି ନାହିଁ ତାହା ଜଣାପଡିବ।

ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ମୃତ ଦେହ ଉଦ୍ଧାର ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୁଲିସ ଏହି ମୃତ୍ୟୁକୁ ଆତ୍ମହତ୍ୟା ବୋଲି କହିଛି। ହେଲେ ଏହି ଆତ୍ମହତ୍ୟାକୁ କେହି କହି ହତ୍ୟା ବୋଲି ଦାବି କରୁଛନ୍ତି।

Related story