ମୁମ୍ୱାଇ: ଶେଷ ହେଲା ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର। ମୁମ୍ୱାଇର ଭିଲେ ପାର୍ଲର ସେବା ସମାଜ ଶ୍ମଶାନରେ ସୁଶାନ୍ତଙ୍କ ଅନ୍ତ୍ୟେଷ୍ଟି ହୋଇଛି। ସୁଶାନ୍ତଙ୍କୁ ବିଦାୟୀ ଦେବାକୁ ଯାଇ ଦେଶବାସୀ ଅଶ୍ରୁଳ ବିଦାୟ ଦେଉଥିବା ବେଳେ ପ୍ରକୃତି ମଧ୍ୟ ଏହି ସୁପରଷ୍ଟାରଙ୍କୁ ହରାଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି। ଅନ୍ତ୍ୟେଷ୍ଟି ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ହଠାତ୍ ମୁମ୍ୱାଇରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପାଇଁ ଶ୍ମଶାନ ବାହାରେ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
[gallery bgs_gallery_title="ଅନ୍ତ୍ୟେଷ୍ଟିରେ ସାଥୀ" size="large" bgs_gallery_type="slider" bgs_gallery_image_size="full" ids="540441,540442,540443" orderby="rand"]
ସୁଶାନ୍ତଙ୍କ ଅନ୍ତିମ ବିଦାୟ ବେଳେ ସୁଶାନ୍ତଙ୍କ ବାପା ଓ ପରିବାର ଲୋକଙ୍କ ସହିତ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଉପସ୍ଥିତ ଥିବା ସୂଚନା ରହିଛି। ରିଆଙ୍କ ସହିତ ନିକଟରେ ତାଙ୍କର ବିବାହ ହେବାର ଥିଲା। ଏହାବାଦ ସୁଶାନ୍ତଙ୍କ ସହିତ ଭିନ୍ନ ଭିନ୍ନ ଫିଲ୍ମରେ ହିରୋଇନ୍ ଭାବରେ ଅଭିନୟ କରିଥିବା କୃତି ସାନୋନ୍, ଶ୍ରଦ୍ଧା କାପୁର ଆଦି ସାମିଲ୍ ଥିଲେ।
ସୁଶାନ୍ତଙ୍କ ବାପା କେ.କେ ସିଂହ ବିମାନବନ୍ଦରରୁ ସିଧା ବାନ୍ଦ୍ରା ଆସିଥିଲେ। ଯେଉଁଠାରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଗତକାଲି ସୁଶାନ୍ତଙ୍କୁ ନିଜ ରୁମରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମାନସିକ ଅବସାଦ ପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଇଛି।