ପାକିସ୍ତାନ ଏକଘରିକିଆ, ଧର୍ମ ନାଁରେ ଆତଙ୍କବାଦକୁ ସୁଷମାଙ୍କ କଡ଼ା ସମାଲୋଚନା

ଆବୁଧାବି: ଯେଉଁ ଇସ୍‌ଲାମିକ ରାଷ୍ଟ୍ର ସମୂହ ତାକୁ ସମର୍ଥନ ଜଣାଇବେ ବୋଲି ପାକିସ୍ତାନ ଆଶା ବାନ୍ଧିଥିଲା, ଆଜି ବାବୁଧାବିଠାରେ ସେଇମାନଙ୍କ ସାମ୍ନାରେ ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋପରେସନ୍‌ (ଓଆଇସି)ର ସମ୍ମିଳନୀରେ ଯୋଗ ଦେଇ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଶୁକ୍ରବାର ସେ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ କରିଛନ୍ତି। ଓଆଇସି ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ […]

sushama

sushama

Subrat Kumar Nayak
  • Published: Friday, 01 March 2019
  • Updated: 01 March 2019, 03:25 PM IST

Sports

Latest News

ଆବୁଧାବି: ଯେଉଁ ଇସ୍‌ଲାମିକ ରାଷ୍ଟ୍ର ସମୂହ ତାକୁ ସମର୍ଥନ ଜଣାଇବେ ବୋଲି ପାକିସ୍ତାନ ଆଶା ବାନ୍ଧିଥିଲା, ଆଜି ବାବୁଧାବିଠାରେ ସେଇମାନଙ୍କ ସାମ୍ନାରେ ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋପରେସନ୍‌ (ଓଆଇସି)ର ସମ୍ମିଳନୀରେ ଯୋଗ ଦେଇ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ଶୁକ୍ରବାର ସେ ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ୱାନ କରିଛନ୍ତି।

ଓଆଇସି ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିବାରୁ ଶ୍ରୀମତୀ ସ୍ୱରାଜ ଗୁରୁବାର ଦିନ ଆବୁଧାବି ପହଞ୍ଚିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଥିଲେ, “ଯଦି ମାନବିକତା ବଞ୍ଚାଇବାର ଅଛି, ଧର୍ମ ନାଁରେ ଆତଙ୍କବାଦକୁ ପୁଞ୍ଜି ଯୋଗାଉଥିବା ଓ ଆଶ୍ରୟ ଦେଉଥିବା ରାଷ୍ଟ୍ରମାନଙ୍କୁ ଆମକୁ କହିବାକୁ ହେବ, ସେମାନେ ଆତଙ୍କବାଦକୁ ଭିତ୍ତିଭୂମି ଯୋଗାଇବା ବନ୍ଦ କରନ୍ତୁ, ଆଶ୍ରୟ ଯୋଗାଇବା ବନ୍ଦ କରନ୍ତୁ ଏବଂ ସେମାନଙ୍କ ଦେଶରେ ଆତଙ୍କୀ ତାଲିମ କାର୍ଯ୍ୟକଳାପ ଜାରି ରଖିଥିବା ସଂଗଠନଙ୍କୁ ପାଣ୍ଠି ଯୋଗାଇବା ବନ୍ଦ କରନ୍ତୁ।”

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ଭାରତ ସମ୍ମାନନୀୟ ଅତିଥି ଭାବରେ ଓଆଇସିରେ ଯୋଗ ଦେଇଛି। ପାକିସ୍ତାନ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ହିସାବରେ ଏଥିରେ ରୋକ ଲଗାଇବାକୁ ପ୍ରୟାସ କରିଥିଲା। ପାକିସ୍ତାନର ଆତଙ୍କୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ ପରେ ଭାରତକୁ ଇସ୍‌ଲାମିକ୍‌ ରାଷ୍ଟ୍ରଙ୍କ ଏତାଦୃଶ ସମ୍ମାନକୁ ପାକିସ୍ତାନ ସହଜରେ ଗ୍ରହଣ କରିପାରି ନାହିଁ। ଏପରିକି ପ୍ରତିବାଦ ସ୍ୱରୂପ ଏହି ବୈଠକରେ ପାକିସ୍ତାନ ଯୋଗ ଦେଇନାହିଁ।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ଆଜି କହିଛନ୍ତି, “ସେମାନେ ସୁଷମା ସ୍ୱରାଜଙ୍କୁ ସମ୍ମାନନୀୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଥିବାରୁ ମୁଁ ଓଆଇସି ବୈଦେଶିକ ମନ୍ତ୍ରୀଙ୍କ ପରିଷଦରେ ଯୋଗ ଦେବିନି ବୋଲି ସ୍ଥିର କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story