ନୂଆଦିଲ୍ଲୀ: ଲୋକସଭାରେ ଅଭଦ୍ରୋଚିତ ଆଚରଣ କରିଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ୍ ଖାନ ମାନସିକ ସ୍ତରରେ ବିକୃତ ବୋଲି କହିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଗୁରୁବାର ଲୋକସଭାରେ ଅଧ୍ୟକ୍ଷତା କରୁଥିବା ବେଳେ ବିଜେପିର ମହିଳା ସାଂସଦ ରମା ଦେବୀଙ୍କ ପ୍ରତି ଆଜମ ଖାନ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ଏଭଲି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ଏବଂ ଆଜମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୁଷମା ଟ୍ୱିଟ୍ କରି କହିଛନ୍ତି।
ଗତକାଲି ଲୋକସଭାରେ ମଧ୍ୟ ଆଜମଙ୍କ ମନ୍ତବ୍ୟକୁ ନେଇ ହୋ ହାଲ୍ଲା ହୋଇଥିଲା। ଏପରିକି ବିରୋଧୀ ଦଳର ମହିଳା ସାଂସଦମାନେ ମଧ୍ୟ ଆଜମ ଖାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି କରିଥିଲେ। ସଂସଦରେ ଆଜମ ଖାନ କ୍ଷମା ମାଗନ୍ତୁ ନଚେତ ସଂସଦରୁ ତାଙ୍କୁ ନିଲମ୍ୱନ କରାଯାଉ ବୋଲି ବାଚସ୍ପତି ଓମି ବିର୍ଲାଙ୍କ ନିକଟରେ ଦାବି କରିଛି ବିଜେପି।
ଅନ୍ୟପଟେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ସାଂସଦ ଅଖିଲେଶ ଯାଦବ ଆଜମଙ୍କ ସପକ୍ଷରେ ଆସି ଯୁକ୍ତି ବାଢ଼ିଛନ୍ତି ଯେ ସେ ରମାଦେବୀଙ୍କୁ ଖରାପ ଅର୍ଥରେ କିଛି କହିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।