ଆଉ ନିର୍ବାଚନ ଲଢ଼ିବେନି ସୁଷମା ସ୍ୱରାଜ

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କର ଆଉ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନାହିଁ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଖୋଦ୍‌ ସୁଷମା ନିଜେ ସ୍ପଷ୍ଟ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରୁଥିବା ସୁଷମା ଆଜି ଏକଥା ସାମ୍ବାଦିକମାନଙ୍କୁ କହିବା ପରେ ତାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁଷମା କହିଛନ୍ତି, “ […]

y

Hemant Lenka
  • Published: Tuesday, 20 November 2018
  • , Updated: 20 November 2018, 03:04 PM IST

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କର ଆଉ ନିର୍ବାଚନ ଲଢ଼ିବାକୁ ଇଚ୍ଛା ନାହିଁ। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଖୋଦ୍‌ ସୁଷମା ନିଜେ ସ୍ପଷ୍ଟ କରିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରୁଥିବା ସୁଷମା ଆଜି ଏକଥା ସାମ୍ବାଦିକମାନଙ୍କୁ କହିବା ପରେ ତାକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁଷମା କହିଛନ୍ତି, “ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ୨୦୧୯ ପରଠାରୁ ଆଉ ନିର୍ବାଚନ ଲଢ଼ିବି ନାହିଁ। ଅବଶ୍ୟ ଏହା ଦଳର ନିଷ୍ପତ୍ତି ଉପରେ ନିର୍ଭର କରେ। କିନ୍ତୁ ମୁଁ ମାନସିକ ସ୍ତରରେ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବାକୁ ଆଉ ଚାହୁଁନାହିଁ। ଏକଥା ମୁଁ ଦଳ ମଧ୍ୟ ଜଣାଇ ସାରିଛି। ”

ସୁଷମାଙ୍କ ଏଭଳି ଅପ୍ରତ୍ୟାଶିତ ସନ୍ନ୍ୟାସ ଘୋଷଣା ବିଜେପିକୁ ଏକ ଝଟ୍‌କା ସଦୃଶ ବୋଲି ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।

ମଧ୍ୟପ୍ରଦେଶର ବିଦିଶା ନିର୍ବାଚନମଣ୍ଡଳୀରୁ ଶ୍ରୀମତୀ ସ୍ୱରାଜ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ସେ ନିର୍ବାଚନ ପରେ ନିଜ ନିର୍ବାଚନମଣ୍ଡଳୀକୁ ସମୟ ଦେଉ ନଥିବାରୁ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ସେ କାହିଁକି ଏଠାକୁ ଆସୁନାହାନ୍ତି ବୋଲି ପ୍ରଶ୍ନ କରାଯିବାରୁ, ଶ୍ରୀମତୀ ସ୍ୱରାଜ ଏଭଳି ବୟାନ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଶ୍ରୀମତୀ ସ୍ୱରାଜଙ୍କୁ ଏଥର ଲୋକସଭା ନୁହେଁ ବରଂ ରାଜ୍ୟସଭାକୁ ଆଣିବାକୁ ଯୋଜନା କରୁଛି।

Related story