ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦: ଓଡ଼ିଶାକୁ ୨ଟି ପୁରସ୍କାର

ନୂଆଦିଲ୍ଲୀ: ପୁଣିଥରେ ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ହେବାର ଗୌରବ ହାସଲ କରିଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ […]

na

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 05:20 PM IST

ନୂଆଦିଲ୍ଲୀ: ପୁଣିଥରେ ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ହେବାର ଗୌରବ ହାସଲ କରିଛି।

ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି। ସେହିପରି ଇଷ୍ଟ ଜୋନରେ ୫୦ ହଜାରରୁ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଓଡ଼ିଶାର ୬ ସହର ପାରାଦୀପ(୮ମ), ବଡ଼ବିଲ(୧୨), ଢେଙ୍କାନାଳ(୧୪), ରାଜଗାଙ୍ଗପୁର(୧୭), ବ୍ୟାସନଗର(୧୯) ଓ ଚୌଦ୍ୱାର(୨୦) ରହିଛନ୍ତି।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସହର ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବ୍ରହ୍ମପୁର ମ୍ୟୁନସିପାଲ କର୍ପୋରେସନକୁ ଶୁଭେଚ୍ଛା ଜଣାଇଛନ୍ତି।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର କରିଥିବା ଏହି ସର୍ଭେ ରିପୋର୍ଟରେ ଇନ୍ଦୋର ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଗୁଜରାଟର ସୁରତ ଦ୍ୱିତୀୟ ଓ ନଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି।

ସେହିଭଳି ଗଙ୍ଗାକୂଳରେ ଥିବା ବାରାଣସୀ ସବୁଠାରୁ ସ୍ୱଚ୍ଛ ଟାଉନ୍‌ ଭାବେ ଚିହ୍ନଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଜଳନ୍ଧର କାଣ୍ଟକୁ ସ୍ୱଚ୍ଛ କ୍ୟାଣ୍ଟନମେଣ୍ଟ ଭାବେ ଘୋଷଣା କରାଯାଇଛି।


୧୦୦ରୁ ଅଧିକ ସହର ଥିବା ସ୍ୱଚ୍ଛ ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼ ୧ ନଂରେ ରହିଛି। ଏହା ପଛକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ପଞ୍ଜାବ ରହିଛନ୍ତି।

୧୦୦ରୁ କମ ସହର ଥିବା ସ୍ୱଚ୍ଛ ରାଜ୍ୟ ତାଲିକାରେ ଝାରଖଣ୍ଡ ପ୍ରଥମ ହୋଇଛି। ଏହା ପଛକୁ ହରିଆଣା, ଉତ୍ତରାଖଣ୍ଡ, ସିକ୍କିମ ଓ ଆସାମ ରହିଛନ୍ତି।  ଉତ୍ତର ଜୋନର ସବୁଠାରୁ ସ୍ୱଚ୍ଛ ସହର ହେଉଛି ଗଙ୍ଗାଘାଟ।

Related story