ସ୍ୱତନ୍ତ୍ର ଦେବ ସିଂହ ହେଲେ ବିଜେପିର ୟୁପି ମୁଖ୍ୟ, ଚନ୍ଦ୍ରକାନ୍ତ ପାଟିଲଙ୍କୁ ମହାରାଷ୍ଟ୍ର ଦାୟିତ୍ୱ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ(ୟୁପି)ରେ ବିଜେପି ଓବିସି କାର୍ଡ ଖେଳିଛି। ଆଜି ଦଳ ପକ୍ଷରୁ ସ୍ୱତନ୍ତ୍ର ଦେବ ସିଂହଙ୍କୁ ୟୁପି ବିଜେପି ମୁଖ୍ୟ କରାଯାଇଛି। ସେହିପରି ମହାରାଷ୍ଟ୍ର ବିଜେପି ମୁଖ୍ୟ ଭାବେ ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ବିଜେପି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଦଳର ଦାୟିତ୍ୱ ଦେଇଛି। ମଙ୍ଗଳ ପ୍ରଭାତ ଲୋଧିଆ କେବଳ ମୁମ୍ବାଇ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ […]

wade

Hemant Lenka
  • Published: Tuesday, 16 July 2019
  • , Updated: 16 July 2019, 05:04 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ(ୟୁପି)ରେ ବିଜେପି ଓବିସି କାର୍ଡ ଖେଳିଛି। ଆଜି ଦଳ ପକ୍ଷରୁ ସ୍ୱତନ୍ତ୍ର ଦେବ ସିଂହଙ୍କୁ ୟୁପି ବିଜେପି ମୁଖ୍ୟ କରାଯାଇଛି। ସେହିପରି ମହାରାଷ୍ଟ୍ର ବିଜେପି ମୁଖ୍ୟ ଭାବେ ରାଜ୍ୟର ପୂର୍ତ୍ତ ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କୁ ନିଯୁକ୍ତ କରାଯାଇଛି।

ଆସନ୍ତା ଅକ୍ଟୋବର ମାସରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ବିଜେପି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଦଳର ଦାୟିତ୍ୱ ଦେଇଛି। ମଙ୍ଗଳ ପ୍ରଭାତ ଲୋଧିଆ କେବଳ ମୁମ୍ବାଇ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିବେ।

ମିର୍ଜାପୁରର ସ୍ୱତନ୍ତ୍ର ଦେବ ସିଂହ ଜଣେ ଓବିସି ନେତା ଭାବେ ବେଶ ଜଣାଶୁଣା। ବୁନ୍ଦେଲଖଣ୍ଡରେ ମଧ୍ୟ ତାଙ୍କର ଦବଦବା ରହିଛି। ସେ ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ରହିଛନ୍ତି। ସ୍ୱତନ୍ତ୍ର ଦେବଙ୍କ ପୂର୍ବରୁ ମହେନ୍ଦ୍ର ନାଥ ପାଣ୍ଡେ ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ରହିଥିଲେ। କିନ୍ତୁ ମୋଦି-୨ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

Related story