କରୋନା ସଂକ୍ରମଣ ପାଇଁ ଦାୟୀ କରାଯାଉଥିଲା, ଏବେ ପ୍ଲାଜମା ଦେଲେ ଜମାତି

ମୁମ୍ବାଇ: ଭାରତରେ କରୋନା ସଂକ୍ରମଣକୁ ଅଧିକ ବଢ଼ାଇବା ପାଇଁ ସୋଶାଲ ମିଡିଆଠାରୁ ଆରମ୍ଭ କରି ଅନେକ ଲୋକ ତବଲିଗି ଜମାତ ବା ନିଜାମୁଦ୍ଦିନ ଫେରନ୍ତାଙ୍କୁ ଦାୟୀ କରୁଥିଲେ। ହେଲେ ଏବେ ସେହି ତବଲିଗି ଜମାତର ସଦସ୍ୟମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା କିଛି ଜମାତି ଆଜି ପ୍ଲାଜମା ଦାନ କରିବାକୁ ଘୋଷଣା କରିଛନ୍ତି। କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ପ୍ଲାଜମା ଥେରାପୀ ଲାଭଦାୟକ […]

ed

ed

Hemant Lenka
  • Published: Monday, 27 April 2020
  • Updated: 27 April 2020, 10:29 PM IST

Sports

Latest News

ମୁମ୍ବାଇ: ଭାରତରେ କରୋନା ସଂକ୍ରମଣକୁ ଅଧିକ ବଢ଼ାଇବା ପାଇଁ ସୋଶାଲ ମିଡିଆଠାରୁ ଆରମ୍ଭ କରି ଅନେକ ଲୋକ ତବଲିଗି ଜମାତ ବା ନିଜାମୁଦ୍ଦିନ ଫେରନ୍ତାଙ୍କୁ ଦାୟୀ କରୁଥିଲେ। ହେଲେ ଏବେ ସେହି ତବଲିଗି ଜମାତର ସଦସ୍ୟମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି।

କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା କିଛି ଜମାତି ଆଜି ପ୍ଲାଜମା ଦାନ କରିବାକୁ ଘୋଷଣା କରିଛନ୍ତି। କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ପ୍ଲାଜମା ଥେରାପୀ ଲାଭଦାୟକ ହେଉଥିବା ଡାକ୍ତରମାନେ ମତଦେଇଛନ୍ତି। ଏଥିପାଇଁ ସେମାନେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ମଧ୍ୟ କରିଛନ୍ତି।

ଏହି ଆହ୍ୱାନ କ୍ରମେ ଆଜି ପ୍ରଥମ ଦିନରେ ମୁମ୍ବାଇରେ ଅବଦୁଲ ରେହମାନ ନାମକ ଜଣେ ଜମାତି ପ୍ଲାଜମା ଦାନ କରିଛନ୍ତି। ମାର୍ଚ୍ଚ ୨୧ରେ ରେହମାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ କସ୍ତୁରବା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ମାର୍ଚ୍ଚ ୩୧ରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

ରେହମାନ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଥେରାପି କାମ ଦେଉଥିବାରୁ ନାଏର ହସ୍ପିଟାଲ ପକ୍ଷରୁ ମୋତେ ଏହା ଦାନ କରିବାକୁ ଫୋନ ଆସିଥିଲା। ଆମ ମାନଙ୍କ ମୌଲାନା(ମୌଲାନା ସାଦ) ମଧ୍ୟ ପୂର୍ବରୁ ମୁସଲିମ ଓ ଜମାତି ମାନଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ କରିଥିଲେ। ତେଣୁ ଅନ୍ୟ କାରୋନା ଆକ୍ରାନ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛି ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣକୁ ବଢ଼ାଇବା ପାଇଁ ଜମାତିଙ୍କୁ ଦାୟୀ କରି ପ୍ରକାଶ କରାଯାଉଥିବା ଖବର ଉପରେ ସେ କହିଛନ୍ତି, “କରୋନା ସମସ୍ୟାକୁ ହିନ୍ଦୁ-ମୁସଲିମ ରଙ୍ଗ ଦେଇ କିଛି ଲୋକ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଆମେ ମୁସଲିମ ସଂପ୍ରଦାୟ ଓ ଜମାତିଙ୍କ ପକ୍ଷରୁ ମାନବିକତାର ବାର୍ତ୍ତା ଦେବା ପାଇଁ ଚାହୁଁଛୁ। ଆମେ ମାନବିକତାରେ ବିଶ୍ୱାସ କରୁ। ଆପଣମାନେ ପୃଥିବୀରେ ଲୋକଙ୍କୁ ସହଯୋଗ କଲେ ଭଗବାନ ଆପଣମାନଙ୍କୁ ସହଯୋଗ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story