ହାଇଦ୍ରାବାଦ ଏନକାଉଣ୍ଟର: ‘ମୋ ସ୍ୱାମୀଙ୍କୁ ଯୋଉଠି ମାରିଲ, ମୋତେ ବି ସେଇଠି ମାରିଦିଅ’

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ […]

HYDERBAD ENCOUNTER

Hemant Lenka
  • Published: Friday, 06 December 2019
  • , Updated: 07 December 2019, 10:17 AM IST

ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ ମୋତେ ବି ମାରି ଦିଅନ୍ତୁ।

ମୋ ସ୍ୱାମୀ ମରିବା ପରେ ମୁଁ ବା ବଞ୍ଚି କ’ଣ କରିବି? ତାଙ୍କୁ ଯୋଉଠି ଗୁଳି କରାଗଲା ମୋତେ ବି ସେଇଠି ନେଇ ମାରି ଦିଆଯାଉ। ମୋତେ କୁହାଯାଇଥିଲା ମୋ ସ୍ୱାମୀଙ୍କର କିଛି ହେବନାହିଁ ଏବଂ ସେ ଖୁବଶୀଘ୍ର ଫେରିବେ। ଏବେ ମୁଁ କ’ଣ କରିବି କିଛି ବୁଝିପାରୁନାହିଁ। ମୋତେ ଦୟା କରି ସେହି ସ୍ଥାନକୁ ନେଇ ହତ୍ୟା କରାଯାଉ।”

୨୦ ବର୍ଷୀୟ ଚେନ୍ନାକେଶୁଭଲୁ ନିକଟରେ ବିବାହ କରିଥିଲେ। ତେଲେଙ୍ଗାନାର ନାରାୟଣପାଟଣା ଜିଲ୍ଲା ଗୁଡିଗଣ୍ଡାଲ ଗାଁରେ ସେ ରହୁଥିଲେ। ତାଙ୍କର କିଡୀନ ରୋଗ ରହିଥିଲା।

ଅନ୍ୟତମ ଅଭିଯୁକ୍ତ ମହମ୍ମଦ ଆରିଫର ମା’ ମଧ୍ୟ ନିଜ ପୁଅକୁ ହରାଇ ସ୍ତବ୍ଧ ହୋଇଯାଇଛନ୍ତି। ଆରି‍ଫର ମା’ କହିଛନ୍ତି, ମୋ ପୁଅ ଚାଲିଗଲା। ଏବେ ମୁଁ କ’ଣ କରିବି। ଏହାପୂର୍ବରୁ ଆରିଫଙ୍କ ବାପା କହିଥିଲେ, ମୋ ପୁଅ ଯଦି ଦୋଷ କରିଛି, ତା’ହେଲେ ତା’କୁ କଠୋର ଦଣ୍ଡ ଦିଆଯିବା ଦରକାର। ୨୬ ବର୍ଷୀୟ ଆରିଫ ନାରାୟଣପାଟଣା ଜିଲ୍ଲା ଜାକଲେର ଗାଁରେ ରହୁଥିଲା।

କ’ଣ ପାଇଁ ଅନ୍ୟ ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ଗୁଳି କରାଯାଉ ନାହିଁ ବୋଲି ଅନ୍ୟତମ ଅଭିଯୁକ୍ତ ଜୋଲ୍ଲୁ ଶିବାର ବାପା କହିଛନ୍ତି। ଶିବାର ବାପା ଜୋଲ୍ଲୁ ରାମପା କହିଛନ୍ତି, “ ଅନେକ ଲୋକ ଦୁଷ୍କର୍ମ ଓ ହତ୍ୟା କରୁଛନ୍ତି। କିନ୍ତୁ ସେମାନଙ୍କୁ ମୋ ପୁଅ ଭଳି ହତ୍ୟା କରାଯାଉ ନାହିଁ। କାହିଁକି ସମସ୍ତ ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କ ସହ ସମାନ ଭାବେ ବ୍ୟବହାର କରାଯାଉ ନାହିଁ?”

Related story