ତାମିଲନାଡୁ ରାଜ୍ୟପାଳ କରୋନାରେ ଆକ୍ରାନ୍ତ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନଓ୍ୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ରାଜ୍ୟପାଳଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବ ବୋଲି ଜଣାପଡ଼ିଛି। ଆଜି ସକାଳେ ବନଓ୍ୱାରିଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କାବେରୀ ହସ୍ପିଟାଲ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି। ନିକଟରେ ତାମିଲନାଡୁ ରାଜଭବନର ୮୭ ଜଣ କର୍ମଚାରୀ କରୋନାରେ […]

Banwarilal-Purohit_1200 (1)

Banwarilal-Purohit_1200 (1)

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 09:12 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନଓ୍ୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ରାଜ୍ୟପାଳଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବ ବୋଲି ଜଣାପଡ଼ିଛି। ଆଜି ସକାଳେ ବନଓ୍ୱାରିଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା।

ଏବେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କାବେରୀ ହସ୍ପିଟାଲ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି।

ନିକଟରେ ତାମିଲନାଡୁ ରାଜଭବନର ୮୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେତେବେଳେ ରାଜ୍ୟପାଳ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିନଥିଲେ ସେ ସୁରକ୍ଷିତ ରହିଥିବା ରାଜଭବନ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos