୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ

ଚେନ୍ନାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯଦିଓ ପଶ୍ଚିମବଙ୍ଗ ଅକ୍ଟୋବରରୁ ସିନେମା ହଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ହେଲେ ତାମିଲନାଡୁ ସରକାର ମଙ୍ଗଳବାର ଦିନ ୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏଥି ସହିତ, ଅକ୍ଟୋବର ୧ରୁ ଦଶମରୁ ଦ୍ୱାଦଶ ଶ୍ରେଣୀ  ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲକୁ ସ୍ୱେଚ୍ଛାକୃତ ଭାବରେ ଆସି ପାରିବା ସମ୍ବନ୍ଧୀୟ ପୂର୍ବ ଆଦେଶ ଉପରେ ମଧ୍ୟ ସରକାର ପୂର୍ବରୁ ରୋକ୍ ଲଗାଇଛନ୍ତି। ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ […]

TAMIL NADU LOCKDOWN (1)

Subhransu Sekhar
  • Published: Wednesday, 30 September 2020
  • , Updated: 30 September 2020, 07:32 AM IST

ଚେନ୍ନାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଯଦିଓ ପଶ୍ଚିମବଙ୍ଗ ଅକ୍ଟୋବରରୁ ସିନେମା ହଲ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ହେଲେ ତାମିଲନାଡୁ ସରକାର ମଙ୍ଗଳବାର ଦିନ ୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏଥି ସହିତ, ଅକ୍ଟୋବର ୧ରୁ ଦଶମରୁ ଦ୍ୱାଦଶ ଶ୍ରେଣୀ  ଛାତ୍ରଛାତ୍ରୀଙ୍କଠାରୁ ସ୍କୁଲକୁ ସ୍ୱେଚ୍ଛାକୃତ ଭାବରେ ଆସି ପାରିବା ସମ୍ବନ୍ଧୀୟ ପୂର୍ବ ଆଦେଶ ଉପରେ ମଧ୍ୟ ସରକାର ପୂର୍ବରୁ ରୋକ୍ ଲଗାଇଛନ୍ତି। ଦେଶରେ କରୋନାରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତାମିଲନାଡୁ ରହିଛି। 

ଅଭିଭାବକଙ୍କ ବିରୋଧ ପରେ ସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାକୁ ଅନୁମତି ଦେବା ପାଇଁ ଯୋଜନା ସ୍ଥଗିତ ରଖିଛନ୍ତି। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ମନା କରିଦେଇଥିଲେ। ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଡାକ୍ତରୀ ଦଳଙ୍କ ସହ ବୈଠକର ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି।

ସେହିପରି ଶିକ୍ଷାନୁଷ୍ଠାନ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ବନ୍ଦ ରହିବ ଏବଂ ଉପାନ୍ତ ସହରରେ ଟ୍ରେନ୍ ସେବା ସ୍ଥଗିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି।

Related story