ସ୍ୱୀକାର କଲେ କଂଗ୍ରେସ ନେତା, ବିହାର ମହାମେଣ୍ଟ ବିଫଳତା ପାଇଁ ତାଙ୍କ ଦଳ ଦାୟୀ

ପାଟଣା: ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ବିଫଳତା ପାଇଁ କଂଗ୍ରେସ ଦାୟୀ। କଂଗ୍ରେସର ବରିଷ୍ଠ ନେତା ତାରିକ ଅନଓ୍ୱର ଟ୍ୱିଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଏହି କଂଗ୍ରେସ ମହାସଚିବ ଟ୍ୱିଟ୍ କରି କହିଛନ୍ତି, ଆମକୁ ସତକୁ ସ୍ୱୀକାର କରିବାକୁ ପଡ଼ିବ। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁ ବିହାରରେ ସରକାର ଗଠନ କରିବାରୁ ମହାମେଣ୍ଟ ବଞ୍ଚିତ ହେଲା। କଂଗ୍ରେସ ଏହି ପ୍ରସଙ୍ଗରେ ନିଶ୍ଚିତ ଆତ୍ମଚିନ୍ତନ କରିବା ଦରକାର। କେଉଁଠି ଭୁଲ୍ ରହିଗଲା ଦଳ ତାହା ଜାଣିବା ଉଚିତ୍। […]

tariq anwar

tariq anwar

Subhransu Sekhar
  • Published: Friday, 13 November 2020
  • Updated: 13 November 2020, 10:17 AM IST

ପାଟଣା: ବିହାର ବିଧାନସଭା ନିର୍ବାଚନରେ ମହାମେଣ୍ଟ ବିଫଳତା ପାଇଁ କଂଗ୍ରେସ ଦାୟୀ। କଂଗ୍ରେସର ବରିଷ୍ଠ ନେତା ତାରିକ ଅନଓ୍ୱର ଟ୍ୱିଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଏହି କଂଗ୍ରେସ ମହାସଚିବ ଟ୍ୱିଟ୍ କରି କହିଛନ୍ତି, ଆମକୁ ସତକୁ ସ୍ୱୀକାର କରିବାକୁ ପଡ଼ିବ। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଯୋଗୁ ବିହାରରେ ସରକାର ଗଠନ କରିବାରୁ ମହାମେଣ୍ଟ ବଞ୍ଚିତ ହେଲା। କଂଗ୍ରେସ ଏହି ପ୍ରସଙ୍ଗରେ ନିଶ୍ଚିତ ଆତ୍ମଚିନ୍ତନ କରିବା ଦରକାର। କେଉଁଠି ଭୁଲ୍ ରହିଗଲା ଦଳ ତାହା ଜାଣିବା ଉଚିତ୍।

https://twitter.com/itariqanwar/status/1326706645846536192

ତାରିକ ଆହୁରି କହିଛନ୍ତି ଯେ ବିହାରରେ ଏଆଇଏମ୍ଆଇଏମ୍ ୫ଟି ଆସନରେ ବିଜୟୀ ହେବା ଶୁଭ ସଙ୍କେତ ନୁହେଁ। ତାରିକ ଏଭଳି କହିବା ପଛର କାରଣ ଏଆଇଏମ୍ଆଇଏମ୍ ଯେଉଁ ସବୁ ଆସନରେ ବିଜୟୀ ହୋଇଛି ସେଠାରେ କଂଗ୍ରେସର ସ୍ଥିତି ଭଲ ଥିଲା। ହେଲେ ଏବେ ଏଆଇଏମ୍ଆଇଏମ୍ ସେହି ଆସନଗୁଡ଼ିକୁ ଦଖଲ କରିଛି।

ବିହାର ବିଧାନସଭା ନିର୍ବାଚନରେ ଆରଜେଡି ସର୍ବାଧିକ ୭୫ଟି ଆସନରେ ବିଜୟୀ ହୋଇଛି। ଏହାପରେ ୭୪ଟି ଆସନ ସହ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି। ତୃତୀୟରେ ୪୩ଟି ଆସନ ଜିତିଥିବା ଜେଡିୟୁ ରହିଛି। କଂଗ୍ରେସ ୧୯ଟି ଆସନ ଜିତିଥିବା ବେଳେ ସିପିଆଇଏମ୍ଏଲ୍ ୧୨ଟି, ଏଆଇଏମ୍ଇଆଇଆମ୍ ୫ଟି, ଭିଆଇପି ୪ଟି, ହାମ୍ ୪ଟି, ସିପିଆଇ ୨ଟି, ସିପିଆଇଏମ୍ ୨ଟି,  ବିଏସପି, ଏଲଜେପି ଏବଂ ସ୍ୱାଧୀନ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

ଫଳାଫଳ ଅନୁଯାୟୀ ବିହାରରେ ଏନଡିଏକୁ ବହୁମତ ଦେଇଛନ୍ତି ଭୋଟର। ଅର୍ଥାତ୍ ପୁଣି ଥରେ କ୍ଷମତାକୁ ଫେରିଛି ଏନଡିଏ। ମୋଟ୍ ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ ମହାମେଣ୍ଟ ୧୧୦ଟି ଆସନ ଏବଂ ଅନ୍ୟାନ୍ୟ ଦଳ ମିଶି ୮ଟି ଆସନରେ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ, ବିହାର ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ୍ ପୋଲ୍ ପ୍ରକାଶ ପାଇଥିଲା। ସେଥିରେ ମହାମେଣ୍ଟକୁ ଜନାଦେଶ ମିଳିଥିଲା। ହେଲେ ଫଳାଫଳ ବାହାରିବା ଦେଖି କଂଗ୍ରେସ ନେତା ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos