ଆମେ ଉଠାଇବୁନି ମଳ ତ୍ୟାଗ ବେଳର ଫଟୋ: ସରକାରଙ୍କୁ ରୋକ୍‌ଠୋକ୍‌ ଜଣାଇଲେ ସାର୍

ପାଟନା: ବିହାରର ନୀତିଶ ସରକାରଙ୍କ ନିଷ୍ପତ୍ତିକୁ ଶିକ୍ଷକଙ୍କ ତୀବ୍ର ବିରୋଧ। ବାହାରେ ମଳ-ମୂତ୍ର ତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଫଟୋ ଉଠାଇବା ନେଇ ଶିକ୍ଷକମାନଙ୍କୁ  ଯେଉଁ କାମ ଦିଆଯାଇଥିଲା ତାକୁ ପ୍ରବଳ ବିରୋଧ କରାଯାଇଛି। ଏନେଇ ଶିକ୍ଷକ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟ ଦ୍ୱାରା ଶିକ୍ଷକମାନଙ୍କ ମର୍ଯ୍ୟାଦା ଏବଂ ସମ୍ମାନ ହାନି ହେବ ବୋଲି ଅଭିଯୋଗ ହୋଇଛି। ରାଜ୍ୟର ବାହ୍ୟମଳମୁକ୍ତ ଅଭିଯାନ ଯୋଜନାରେ ବିହାର ସରକାରଙ୍କ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ […]

photo-1

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 08:02 PM IST

ପାଟନା: ବିହାରର ନୀତିଶ ସରକାରଙ୍କ ନିଷ୍ପତ୍ତିକୁ ଶିକ୍ଷକଙ୍କ ତୀବ୍ର ବିରୋଧ। ବାହାରେ ମଳ-ମୂତ୍ର ତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଫଟୋ ଉଠାଇବା ନେଇ ଶିକ୍ଷକମାନଙ୍କୁ  ଯେଉଁ କାମ ଦିଆଯାଇଥିଲା ତାକୁ ପ୍ରବଳ ବିରୋଧ କରାଯାଇଛି। ଏନେଇ ଶିକ୍ଷକ ସମାଜ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି କାର୍ଯ୍ୟ ଦ୍ୱାରା ଶିକ୍ଷକମାନଙ୍କ ମର୍ଯ୍ୟାଦା ଏବଂ ସମ୍ମାନ ହାନି ହେବ ବୋଲି ଅଭିଯୋଗ ହୋଇଛି। ରାଜ୍ୟର ବାହ୍ୟମଳମୁକ୍ତ ଅଭିଯାନ ଯୋଜନାରେ ବିହାର ସରକାରଙ୍କ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସ୍ୱଚ୍ଛ ଭାରତକୁ ଅଧିକ କ୍ରିୟାଶୀଳ କରିବା ତଥା ପରିମଳ ସୁରକ୍ଷା ପାଇଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ପାଇଁ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସେହିପରି ଏହାକୁ ତଦାରଖ ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ବିଡଓମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବାହାରେ ମଳ ତ୍ୟାଗ କରୁଥିବା ଲୋକଙ୍କ ଫଟୋ ଉଠାଇ ସର୍ବସାଧାରଣରେ ଲଗେଇବା ପାଇଁ କୁହାଯାଇଥିଲା। ସେହିପରି ଏ ବାବଦରେ ସଚେତନତା ପାଇଁ ଶିକ୍ଷକମାନଙ୍କୁ ଗାଁ ଗାଁରେ ସକାଳେ ଏବଂ ସନ୍ଧ୍ୟାରେ ବୁଲିବା ପାଇଁ ନିଷ୍ପତ୍ତି ହୋଇଥିଲା।  ଗତ ନଭେମ୍ବର ୧୮ରେ ପ୍ରଶାସନିକସ୍ତରେ ଏହି ନିଷ୍ପତ୍ତି ହୋଇଥିଲା।

ଉଦ୍ଦେଶ୍ୟ ଥିଲା ବାହାରେ ମଳ ତ୍ୟାଗ କରୁଥିବା ଲୋକଙ୍କ ଫଟୋ ଉଠାଇଲେ ସାମାଜିକ ଲଜ୍ଜା ଭୟରେ ଏହା ଧିରେ ଧିରେ ଲୋପ ପାଇଯିବ । ସରକାରୀ ସୂଚନା ଅନୁଯାୟୀ ବାହାରେ ମଳତ୍ୟାଗକୁ ବନ୍ଦ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ୩ ବର୍ଷ ମଧ୍ୟରେ ୫୮ ଲକ୍ଷ ପାଇଖାନା ନିର୍ମାଣ କରାଯାଇଛି।ସେପଟେ ଫଟୋ ଉଠା ନିଷ୍ପତ୍ତିକୁ ଶିକ୍ଷକ ସଂଘ ବିରୋଧ କରିବା ସହ ଏହା ସେମାନଙ୍କ ପାଇଁ ଅପମାନ ବୋଲି ଅଭିଯୋଗ କରିଛି ।

ଏନେଇ ବିହାର ମାଧ୍ୟମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ପ୍ରସାଦ ସିଂହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନିଆଯାଉ ବୋଲି ସେ ଚିଠିରେ ଦାବି କରିଛନ୍ତି। ଏହି କାମ ପାଇଁ ସକାଳେ ଆଉ ସନ୍ଧ୍ୟାରେ ଶିକ୍ଷକମାନେ ଗାଁ ଗାଁ ବୁଲିପାରିବେ ନି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଜନଗଣନା ଠାରୁ ଅରମ୍ଭ କରି ମଧ୍ୟାହ୍ନଭୋଜନ ପର୍ଯ୍ୟନ୍ତ ଯାବତୀୟ କାମ ଶିକ୍ଷକମାନଙ୍କୁ ଦିଆଯାଉଛି। ଫଳରେ ଶିକ୍ଷକମାନେ  ବିଭିନ୍ନ ଚାପରେ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

 

Related story