ୱାଶିଂଟନ୍: ଆଜି ବେଶ୍ କିଛି ଘଣ୍ଟା ଧରି ଫେସୁବୁକ୍ ମାଲିକାନାରେ ଥିବା ଫେସବୁକ୍, ଇନ୍ଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ପରି ସୋଶାଲ ମିଡିଆ ପ୍ଲାଟଫର୍ମରେ ‘ଟ୍ରାଫିକ୍ ଜାମ୍’ ଦେଖିବାକୁ ମିଳୁଛି। ଯେପରିକି ଲଗ୍ଇନ୍, ଶେୟାରିଂ ଏବଂ ଡାଉନ୍ଲୋଡିଂ ଆଦି ଅସମ୍ଭବ ପ୍ରାୟ ହୋଇପଡ଼ିଛି।
ୟୁରୋପ୍, ଆମେରିକା ଏବଂ ଆଫ୍ରିକାରେ ଏହି ସମସ୍ୟା ଅଧିକ ମାତ୍ରାରେ ଅଛି। ସେହିଭଳି ଭାରତରେ ହ୍ୱାଟ୍ସଆପ୍ ଏବଂ ଇନ୍ଷ୍ଟାରେ ଯଦିଓ ଇଣ୍ଟରଫେସ୍ ଖୋଲୁଛି, ଫଟୋ ବା ଭିଡିଓ ପରି ମିଡିଆ ଅପ୍ଲୋଡ ହୋଇପାରୁନାହିଁ।
ଫେସବୁକ୍ର ମୁଖପାତ୍ର ଏହି ଘଟଣାରେ କହିଛନ୍ତି, ଆମେ ଜାଣିଛୁ କିଛି ଲୋକ ଏବଂ ବ୍ୟବସାୟ ସଂସ୍ଥା ଫଟୋ, ଭିଡିଓ ଏବଂ ଫାଇଲ୍ ଅପ୍ଲୋଡ୍ କରିବାରେ ସମସ୍ୟା ହେଉଛି। ଆମେ ଏହାର ସମାଧାନ ଦିଗରେ କାମ କରୁଛୁ। ଅସୁବିଧା ପାଇଁ କ୍ଷମା ମାଗୁଛୁ।
ଆଜି ହ୍ୱାଟ୍ସଆପ୍ରୁ ଫଟୋ ଡାଉନ୍ଲୋଡ୍ କଲେ ସ୍କ୍ରିନ୍ରେ ଲେଖୁଛି, କ୍ୟାଣ୍ଟ ଡାଉନ୍ଲୋଡ୍। ପ୍ଲିଜ୍ ଆସ୍କ ଦାଟ୍ ଇଟ୍ ବି ରିସେଣ୍ଟ ଟୁ ୟୁ। କିନ୍ତୁ ଫଟୋ ଆରାମରେ ପଠାଇ ହେଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ଟ୍ୱିଟର ସକ୍ରିୟ ରହିଛି।