ନନ୍ଦାଦେବୀ ପାହାଡ଼ରୁ ଉଦ୍ଧାର ହୋଇପାରିଲାନି ପର୍ବତାରୋହୀଙ୍କ ମୃତଦେହ

ପିତୋରଗଡ଼: ଉତ୍ତରାଖଣ୍ଡରେ ଥିବା ଭାରତର ଦ୍ୱିତୀୟ ଉଚ୍ଚତମ ପାହାଡ଼ ନନ୍ଦାଦେବୀରେ ପ୍ରାଣ ହରାଇଥିବା ୫ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ। ସୋମବାର ଦିନ ଏହି ପାହାଡ଼ରେ ନି‌ଖୋଜ ୮ ପର୍ବତାରୋହୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ଏହାପରେ ବାୟୁସେନା ହେଲିକପ୍ଟର ଦ୍ୱାରା ସେମାନଙ୍କ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁ ମୃତଦେହ ଗୁଡ଼ିକ ଉଦ୍ଧାର ହୋଇପାରି ନଥିବା କୁହାଯାଇଛି। ବିଜୟ କେ ଯୋଗଡାଣ୍ଡେ ନାମକ ଜଣେ ସରକାରୀ […]

saa

saa

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 02:09 PM IST

Sports

Latest News

ପିତୋରଗଡ଼: ଉତ୍ତରାଖଣ୍ଡରେ ଥିବା ଭାରତର ଦ୍ୱିତୀୟ ଉଚ୍ଚତମ ପାହାଡ଼ ନନ୍ଦାଦେବୀରେ ପ୍ରାଣ ହରାଇଥିବା ୫ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର ହୋଇପାରି ନାହିଁ। ସୋମବାର ଦିନ ଏହି ପାହାଡ଼ରେ ନି‌ଖୋଜ ୮ ପର୍ବତାରୋହୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ଏହାପରେ ବାୟୁସେନା ହେଲିକପ୍ଟର ଦ୍ୱାରା ସେମାନଙ୍କ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗୁ ମୃତଦେହ ଗୁଡ଼ିକ ଉଦ୍ଧାର ହୋଇପାରି ନଥିବା କୁହାଯାଇଛି।

ବିଜୟ କେ ଯୋଗଡାଣ୍ଡେ ନାମକ ଜଣେ ସରକାରୀ ଅଧିକାରୀ କହିଛନ୍ତି, “ବାୟୁସେନା ହେଲିକପ୍ଟର ଦ୍ୱାରା ମୃତଦେହ ଗୁଡ଼ିକ ଆଣିବା ପାଇଁ ଉଦ୍ୟମ କରାଯାଉଥିଲା। ତେବେ ଟେକ୍ନିକାଲ ସମସ୍ୟା ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଯେଉଁ ହେଲିକପ୍ଟରଟି ମୃତଦେହ ଆଣିବାକୁ ଯାଇଥିଲା, ତାହା ଫେରି ଆସିଛି। ଆଜି ମଧ୍ୟ ଆଉ କୌଣସି ହେଲିକପ୍ଟର ମିଶନରେ ସାମିଲ ହେବନାହିଁ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଖୁବଶୀଘ୍ର ଦିଆଯିବ।”

ଅନ୍ୟପକ୍ଷରେ ୮ ଜଣ ନିଖୋଜ ପର୍ବତାରୋହୀଙ୍କ ମଧ୍ୟରୁ ମାତ୍ର ୫ ଜଣଙ୍କ ମୃତଦେହ ଠାବ ହୋଇଛି। ଅନ୍ୟ ୩ ଜଣଙ୍କ ପତ୍ତା ଏଯାଏ ମିଳିନାହିଁ।
ଶୁକ୍ରବାର ୮ ଜଣ ପର୍ବତ ଆରୋହୀ ନନ୍ଦାଦେବୀ ପାହାଡ଼ ଉପରକୁ ଚଢ଼ୁଥିବା ବେଳେ ବରଫ ସ୍ଖଳନ ହୋଇଥିଲା। ସେବେଠାରୁ ସେମାନେ ନିଖୋଜ ରହିଥିଲେ। ଏହି ନିଖୋଜ ପର୍ବତ ଆରୋହୀଙ୍କ ମଧ୍ୟରେ ୪ ଜଣ ବ୍ରିଟେନର ହୋଇଥିବା ବେଳେ ୨ ଜଣ ଆମେରିକାର ଓ ଭାରତ ଏବଂ ଅଷ୍ଟ୍ରେଲିଆର ଜଣେ ଲେଖାଏ ବ୍ୟକ୍ତି ଥିଲେ।

ସୋମବାର ଏମାନଙ୍କ ମଧ୍ୟରୁ ୫ ଜଣ ମୃତଦେହ ଠାବ ହୋଇଥିଲା। ୨୧,୨୫୦ ଫୁଟ ଉଚ୍ଚର ଏହି ବରଫ ପର୍ବତ ଉପରକୁ ଯିବା ପାଇଁ ମେ’ ୧୩ରୁ ୮ ଜଣ ପର୍ବତ ଆରୋହୀ ଉଦ୍ୟମ କରିଥିଲେ। ଏହି ଟିମ୍‌ର ନେତୃତ୍ୱ ବ୍ରିଟିଶ ପର୍ବତ ଆରୋହୀ ମାର୍ଟିନ ମୋରାନ ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story