ସୋମବାର ଠାରୁ ଖୋଲିବ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ

ମୁମ୍ବାଇ: କରୋନା ଯୋଗୁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଆସନ୍ତା ସୋମବାର ଠାରୁ ଖୋଲିବ। ଆଜି ଦୀପାବଳିରେ ମହାରାଷ୍ଟ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ଦୀର୍ଘ ଦିନ ହେଲା ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ଦାବି କରାଯାଉଥିଲା। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ। କିନ୍ତୁ ଆଜି ସରକାର ଏକ ବିଜ୍ଞପ୍ତି ଜାରି କରି ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ମନ୍ଦିର […]

bg

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 04:51 PM IST

ମୁମ୍ବାଇ: କରୋନା ଯୋଗୁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଆସନ୍ତା ସୋମବାର ଠାରୁ ଖୋଲିବ। ଆଜି ଦୀପାବଳିରେ ମହାରାଷ୍ଟ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି। ଦୀର୍ଘ ଦିନ ହେଲା ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ଦାବି କରାଯାଉଥିଲା। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଦ୍ଧବ ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ।

କିନ୍ତୁ ଆଜି ସରକାର ଏକ ବିଜ୍ଞପ୍ତି ଜାରି କରି ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦେଇଛନ୍ତି। ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଥିଲେ ହେଁ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଗାଇଡଲାଇନ ଜାରି କରିବେ ବୋଲି କହିଛନ୍ତି।

ରାଜ୍ୟବାସୀଙ୍କୁ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୁବଶୀଘ୍ର ଧର୍ମାନୁଷ୍ଠାନ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଦୀପାବଳି ପରେ ରାଜ୍ୟରେ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଗୁଡ଼ିକ ଖୋଲିବ ବୋଲି ମଧ୍ୟ କହିଥିଲେ।

ମନ୍ଦିରଗୁଡ଼ିକୁ ଅଧିକାଂଶ ବରିଷ୍ଠ ନାଗରିକ ଯାଆନ୍ତି। ବରିଷ୍ଠ ଲୋକଙ୍କ ପ୍ରତି କରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ମହାରାଷ୍ଟ୍ର ସରକାର ଦୀପାବଳୀ ପୂର୍ବରୁ ମନ୍ଦିର ଖୋଲିବେ ନାହିଁ ବୋଲି କହିଥିଲେ।

Related story