୧୦% ଆରକ୍ଷଣ ବିଲ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କ ପାଇଁ ପ୍ରସ୍ତାବିତ ୧୦% ଆରକ୍ଷଣ ଆଇନ ପାଇଁ ଆସିଥିବା ବିଧେୟକ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଏହି ଆବେଦନରେ ଅଭିଯୋଗ ଆସିଛି, ସଂସଦରେ ଏହି ବିଧେୟକକୁ କମ୍‌ ସମୟର ଚର୍ଚ୍ଚାରେ ପାରିତ କରାଯାଇଛି ଏବଂ ଏହା ସମ୍ବିଧାନର ଦୁଇଟି ମୌଳିକ ବୈଶିଷ୍ଟ୍ୟର ଉଲ୍ଲଂଘନ କରୁଛି। ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମାକୁ ଅତିକ୍ରମ କରୁଛି। ଯାହା ଅନ୍ୟ ଦଳଙ୍କ ସମର୍ଥନରେ ଗତକାଲି […]

supremecourt

supremecourt

Subrat Kumar Nayak
  • Published: Thursday, 10 January 2019
  • Updated: 10 January 2019, 08:13 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ସାଧାରଣବର୍ଗର ଲୋକଙ୍କ ପାଇଁ ପ୍ରସ୍ତାବିତ ୧୦% ଆରକ୍ଷଣ ଆଇନ ପାଇଁ ଆସିଥିବା ବିଧେୟକ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଏହି ଆବେଦନରେ ଅଭିଯୋଗ ଆସିଛି, ସଂସଦରେ ଏହି ବିଧେୟକକୁ କମ୍‌ ସମୟର ଚର୍ଚ୍ଚାରେ ପାରିତ କରାଯାଇଛି ଏବଂ ଏହା ସମ୍ବିଧାନର ଦୁଇଟି ମୌଳିକ ବୈଶିଷ୍ଟ୍ୟର ଉଲ୍ଲଂଘନ କରୁଛି।

ଏହି ସମ୍ବିଧାନ ସଂଶୋଧନ ବିଲ୍‌ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଧାରିତ ୫୦ ପ୍ରତିଶତ ସୀମାକୁ ଅତିକ୍ରମ କରୁଛି। ଯାହା ଅନ୍ୟ ଦଳଙ୍କ ସମର୍ଥନରେ ଗତକାଲି ରାଜ୍ୟସଭାରେ ପାରିତ ହୋଇଯାଇଛି। ଯଦିଓ ଏହା ଖୁବ୍‌ କମ୍‌ ସମୟରେ ପାରିତ ହେଉଥିବାରୁ କିଛି ସଦସ୍ୟ ବିରୋଧ କରୁଥିଲେ, ଏହା କିନ୍ତୁ ପାରିତ ହେବାରେ କିଛି ସମସ୍ୟ ସୃଷ୍ଟି କରିପାରିନଥିଲା।

ବହୁ ସାଧାରଣ ଜାତିର ଲୋକଙ୍କୁ ଆରକ୍ଷଣ ସହିତ ଯୋଡ଼ିବାକୁ ଥିବା ଏହି ବିଲ୍‌କୁ ବେଶ୍‌ କିଛି ଦଳ ବିରୋଧ କରୁଥିଲେ। ଏପରିକି କଂଗ୍ରେସ, ଆରଜେଡି, ବାମ ସାମ୍ମୁଖ୍ୟ ଏବଂ ଡିଏମ୍‌କେ ପକ୍ଷରୁ ଏହାର ସମୀକ୍ଷା ପାଇଁ ଏହି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ ବୋଲି କରାଯାଉଥିବା ଦାବି ଭୋଟ୍‌ରେ ମାଡ଼ ଖାଇଥିଲା।

୧୯୯୨ ମସିହାରେ ସୁପ୍ରିମ୍‌କୋର୍ଟ ଦେଇଥିବା ଏକ ରାୟର ଉଦାହରଣ ଦେଇ ଏହି ଆବେଦନରେ ଅଭିଯୋଗ ଅଣାଯାଇଛି ଯେ ଆର୍ଥିକ ସ୍ଥିତି ଆଧାରରେ ସାଧାରଣ ବର୍ଗରେ ସୀମିତ ରଖିଲେ ଏହା ସମାନତା ଅଧିକାରର ବିରୋଧୀ ହେବ। ଏତଦ୍‌ବ୍ୟତୀତ ସୁପ୍ରିମ୍‌କୋର୍ଟ ନିର୍ଦ୍ଧାରିତ ଆରକ୍ଷଣ ପାଇଁ ୫୦% ସୀମା ପ୍ରତି ମଧ୍ୟ ଆଙ୍ଗୁଠି ଉଠାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story