ଏଫ୍‌ଆଇଆର୍ ରଦ୍ଦ କରିବାକୁ ଆତଙ୍କୀ ହାଫିଜର ଆବେଦନ

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଦ୍‌-ଦାୱାର ମୁଖ୍ୟ ହାଫିଜ ସୟିଦ ଏବେ ତା’ ବିରୋଧରେ ରୁଜୁ ହୋଇଥିବା ଟେରର ଫାଇନାନ୍ସିଂ ମାମଲାକୁ ରଦ୍ଦ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସେ ଲାହୋର ହାଇକୋର୍ଟରେ ଏକ ଆବେଦନ ଜରିଆରେ ଏହି ଏଫ୍‌ଆଇଆରକୁ ବେଆଇନ୍‌ ବୋଲି ଦର୍ଶାଇଛି। ହାଫିଜ ବ୍ୟତୀତ ଆମୀର ହାମଜା, ଅବଦୁର ରେହମାନ ମକ୍କି, ଏମ ହାୟାଆ ଅଜିଜ ଓ ଅନ୍ୟ ୪ ଜଣ ଲାହୋର ହାଇକୋର୍ଟରେ ଏଭଳି ଆବେଦନ କରିଛନ୍ତି। ସେମାନେ ଫେଡେରାଲ […]

sq

Hemant Lenka
  • Published: Friday, 12 July 2019
  • , Updated: 12 July 2019, 06:15 PM IST

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଦ୍‌-ଦାୱାର ମୁଖ୍ୟ ହାଫିଜ ସୟିଦ ଏବେ ତା’ ବିରୋଧରେ ରୁଜୁ ହୋଇଥିବା ଟେରର ଫାଇନାନ୍ସିଂ ମାମଲାକୁ ରଦ୍ଦ କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ସେ ଲାହୋର ହାଇକୋର୍ଟରେ ଏକ ଆବେଦନ ଜରିଆରେ ଏହି ଏଫ୍‌ଆଇଆରକୁ ବେଆଇନ୍‌ ବୋଲି ଦର୍ଶାଇଛି। ହାଫିଜ ବ୍ୟତୀତ ଆମୀର ହାମଜା, ଅବଦୁର ରେହମାନ ମକ୍କି, ଏମ ହାୟାଆ ଅଜିଜ ଓ ଅନ୍ୟ ୪ ଜଣ ଲାହୋର ହାଇକୋର୍ଟରେ ଏଭଳି ଆବେଦନ କରିଛନ୍ତି। ସେମାନେ ଫେଡେରାଲ ଗଭର୍ଣ୍ଣମେଣ୍ଟ, ପଞ୍ଜାବ(ପାକିସ୍ତାନ) ସରକାର ଓ ଆତଙ୍କବାଦ ନିରୋଧୀ ବିଭାଗ(ସିଟିଡି)ଙ୍କୁ ଏଥିରେ ପକ୍ଷଭୁକ୍ତ କରିଛନ୍ତି।

ଆବେଦନରେ ଦର୍ଶାଯାଇଛି ଯେ “ମିଥ୍ୟା ତଥ୍ୟ ଆଧାରରେ ଆମମାନଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି। ତେଣୁ ଏହାକୁ ଖାରଜ କରାଯାଉ। ଅଘୋଷିତ ହୋଇଥିବା ଲସ୍କର, ଅଲ କାଏଦା କିମ୍ବା ସେଭଳି କୌଣସି ଆତଙ୍କୀ ସଂଗଠନ ସହ ହାଫିଜର କୌଣସି ସମ୍ପର୍କ ନାହିଁ।

ଅଭିଯୁକ୍ତମାନେ ପାକିସ୍ତାନ ବିରୋଧରେ କୌଣସି କାର୍ଯ୍ୟ କରିନାହାନ୍ତି। ଭାରତ ସର୍ବଦା ହାଫିଜଙ୍କୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ କହୁଛି। ହେଲେ ଏଥିରେ କୌଣସି ସତ୍ୟତା ନାହିଁ।”

ଚଳିତ ମାସରେ ଅନ୍ତର୍ଜାତୀୟ ଚାପରେ ଚେପା ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ସିଟିଡି ହାଫିଜ ଓ ଅନ୍ୟ ୧୨ ଜଣଙ୍କ ନାଁରେ ୨୩ଟି ମାମଲା ରୁଜୁ କରିଥିଲା। ଏମାନେ ଟ୍ରଷ୍ଟ ଜରିଆରେ ପାଣ୍ଠି ସଂଗ୍ରହ କରି ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରୁଥିଲେ ବୋଲି ଏଫଆଇଆରରେ ଦର୍ଶାଯାଇଥିଲା।

Related story