ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ପରିମପୋରାରେ ଆଜି ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
https://twitter.com/ians_india/status/1224959466136907776
ଆଜି ସକାଳେ ଶ୍ରୀନଗରର ଲାବୋପୋରା ଅଞ୍ଚଳର ପରିମପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଫାଇରିଂ ଶବ୍ଦ ଶୁଣି ଯବାନମାନେ ମଧ୍ୟ କାଉଣ୍ଟର ଆଟାକ କରିଥିଲେ। ଏବେ ଏହି ସ୍ଥାନରେ ଆଉ କିଛି ଆତଙ୍କୀ ଲୁଚିଥାଇ ପାରନ୍ତି ବୋଲି ଆକଳନ କରାଯାଉଛି। ସିଆରପିଏଫ ଯବାନ ମାନେ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେଶନ ଜାରି ରଖିଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରଥମେ ନିହତ ହୋଇଥିଲେ। ଅନ୍ୟ ଜଣେ ଆତଙ୍କବାଦୀ ଆହତ ଥିବା ବେଳେ ଯବାନମାନେ ଧରିଥିଲେ। ପରେ ସେହି ଆତଙ୍କବାଦୀର ମୃତ୍ୟୁ ଘଟିଛି।