ମୁମ୍ବାଇ: ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପ୍ଲାଟଫର୍ମରେ ଛିଡ଼ା ହୋଇ ଯୁବତୀଙ୍କ ସହ ପ୍ରଥମେ କଥା ହେଉଥିଲେ ଯୁବକ। ଆଉ ଏହାର କିଛି ସମୟ ପରେ ଟ୍ରେନ୍ ଆସିବାରୁ ତାଙ୍କୁ ଟ୍ରେନ୍ ଆଗକୁ ଠେଲିବାକୁ ଚେଷ୍ଟା କରିଛନ୍ତି । ମାତ୍ର ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଯାତ୍ରୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଯୁବତୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି । ବିବାହ ପାଇଁ ଯୁବତୀ ଜଣକ ମନା କରିବାରୁ ଯୁବକ ଜଣକ ତାଙ୍କୁ ଟ୍ରେନ୍ ଆଗକୁ ଠେଲି ଦେଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।