୩.୬ ଲକ୍ଷ ହେକ୍ଟର ଫସଲ ନଷ୍ଟ କଲେ ପଙ୍ଗପାଳ, ଚିନ୍ତାରେ ଚାଷୀ

ଜୟପୁର: ରାଜସ୍ଥାନରେ ୬ ଦଶନ୍ଧି ଧରି ପଙ୍ଗପାଳ (ଶସ୍ୟନାସକ ଝିଣ୍ଟିକା) ଆତଙ୍କ ଖେଳାଇଛନ୍ତି। ୩.୬ ଲକ୍ଷ ହେକ୍ଟର ଜମିର ଫସଲକୁ ଏହି ପଙ୍ଗପାଳ ନଷ୍ଟ କରି ଦେଇଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଉଭୟ ଚାଷୀ ଏବଂ ରାଜସ୍ଥାନ ସରକାର। ରାଜସ୍ଥାନର ଶ୍ରୀଗଙ୍ଗାଧର ଜିଲ୍ଲାରେ ସର୍ବାଧିକ ଫସଲ ନଷ୍ଟ ହୋଇଛି। ସେହିପରି ଜାଇସାଲେମର, ବିକାନେର, ଜାଲୋରେ, ଯୋଧପୁର, ବିକାନେର, ଜଲୋରସ ବାରମେର, ଶିରୋହୀ, ଚୁରୁ, ନାଗୌର ଏବଂ ହନୁମାନଗଢ଼ରେ ଥିବା ଚାଷ ଜମି ଏହି ଶସ୍ୟନାସକ […]

locusts

Subhransu Sekhar
  • Published: Tuesday, 21 January 2020
  • , Updated: 21 January 2020, 04:58 PM IST

ଜୟପୁର: ରାଜସ୍ଥାନରେ ୬ ଦଶନ୍ଧି ଧରି ପଙ୍ଗପାଳ (ଶସ୍ୟନାସକ ଝିଣ୍ଟିକା) ଆତଙ୍କ ଖେଳାଇଛନ୍ତି। ୩.୬ ଲକ୍ଷ ହେକ୍ଟର ଜମିର ଫସଲକୁ ଏହି ପଙ୍ଗପାଳ ନଷ୍ଟ କରି ଦେଇଛି। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଉଭୟ ଚାଷୀ ଏବଂ ରାଜସ୍ଥାନ ସରକାର। ରାଜସ୍ଥାନର ଶ୍ରୀଗଙ୍ଗାଧର ଜିଲ୍ଲାରେ ସର୍ବାଧିକ ଫସଲ ନଷ୍ଟ ହୋଇଛି। ସେହିପରି ଜାଇସାଲେମର, ବିକାନେର, ଜାଲୋରେ, ଯୋଧପୁର, ବିକାନେର, ଜଲୋରସ ବାରମେର, ଶିରୋହୀ, ଚୁରୁ, ନାଗୌର ଏବଂ ହନୁମାନଗଢ଼ରେ ଥିବା ଚାଷ ଜମି ଏହି ଶସ୍ୟନାସକ ଝିଣ୍ଟିକା ପାଇଁ କ୍ଷତିଗ୍ରସ୍ତ ହୋଇଛି।

ଗତ ବର୍ଷ ମେ’ ମାସରେ ଏହି ପଙ୍ଗପାଳଙ୍କୁ ଦଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ପଙ୍ଗପାଳ ଏକା ସାଙ୍ଗରେ ଉଡ଼ି ଆସି ଖରିଫ ଫସଲ ନଷ୍ଟ କରି ଦେଇଥିଲେ। ଏବେ ପୁଣିଥରେ ପଙ୍ଗପାଳଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ଏହି ପଙ୍ଗପାଳଙ୍କର ଷୁଣ୍ଡ ସାଙ୍ଗକୁ ଲମ୍ୱା ଲମ୍ୱା ଗୋଡ଼ ରହିଛି। ବେଳେ ବେଳେ ଏମାନଙ୍କୁ ଏକାଠି ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଦେଖିବାକୁ ମିଳିଥାଏ। ରାଜସ୍ଥାନରେ ଅନ୍ତିମଥର ପାଇଁ ୧୯୯୩ରେ ଏହି ପଙ୍ଗପାଳଙ୍ଗକୁ ଦେଖିବାକୁ ମିଳିଥିଲା। ଏହାଦ୍ୱାରା ୩.୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଥିଲା।

ଆଫ୍ରିକାର ଇଥୋପିଆରୁ ଭାୟା ପାକିସ୍ତାନ ରାଜସ୍ଥାନ ଏବଂ ଗୁଜରାଟକୁ ଏହି ପଙ୍ଗପାଳ ଆସିଥିବା ଜଣାପଡ଼ିଛି। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଏହି ପଙ୍ଗପାଳ ଉଡ଼ିପାରନ୍ତି। ଏମାନେ ସମସ୍ତ ପ୍ରକାର ତାପମାତ୍ରାରେ ନିଜକୁ ଖାପଖୁଆଇ ପାରିଥାନ୍ତି। ଗଛର ପତ୍ର, ଫୁଲ, ମଞ୍ଜି ଆଦି ଖାଇଥାନ୍ତି ଏହି ପଙ୍ଗପାଳ।

Related story