ଏହି ସ୍କୁଲରେ ପାଠପଢିଲେ ଏକ ଗ୍ରାମର ସୁନା ଏବଂ ୫୦୦୦ ହଜାର ଟଙ୍କା ମିଳିବ, ଜାଣନ୍ତୁ ପ୍ରୋତ୍ସାହନ ପଛର କାରଣ

କୋଏମ୍ବାଟୁର: ପାଠ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ପ୍ରୟାସ। ସ୍କୁଲ ଯିବା ପାଇଁ ପିଲାଙ୍କୁ ମିଳୁଛି ସୁନାର ପ୍ରୋତ୍ସାହନ। ଖାଲି ସୁନା ନୁହଁ ୫୦୦୦ ଟଙ୍କା ମଧ୍ୟ ମିଳିବ। ତାମିଲନାଡ଼ୁ କୋଏମ୍ବାଟୁରର ଏକ ପ୍ରାଥମିକ ବିଦ୍ୟାଳୟର କର୍ତ୍ତୃପକ୍ଷ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି।  ନିଷ୍ପତ୍ତି ଅନୁଯାୟୀ କୋଏମ୍ବାଟୁରର କୋନାରପଲାୟମ୍‌ ସ୍କୁଲରେ ଆଡମିଶନ କରୁଥିବା ପ୍ରଥମ ୧୦ ଜଣଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ। ସେମାନଙ୍କୁ ପ୍ରତ୍ୟେକ ୧ ଗ୍ରାମର ସୁନା, ୫୦୦୦ ଟଙ୍କା ଏବଂ […]

k-111

k-111

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 10:25 AM IST

Sports

Latest News

କୋଏମ୍ବାଟୁର: ପାଠ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ପ୍ରୟାସ। ସ୍କୁଲ ଯିବା ପାଇଁ ପିଲାଙ୍କୁ ମିଳୁଛି ସୁନାର ପ୍ରୋତ୍ସାହନ। ଖାଲି ସୁନା ନୁହଁ ୫୦୦୦ ଟଙ୍କା ମଧ୍ୟ ମିଳିବ। ତାମିଲନାଡ଼ୁ କୋଏମ୍ବାଟୁରର ଏକ ପ୍ରାଥମିକ ବିଦ୍ୟାଳୟର କର୍ତ୍ତୃପକ୍ଷ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି।  ନିଷ୍ପତ୍ତି ଅନୁଯାୟୀ କୋଏମ୍ବାଟୁରର କୋନାରପଲାୟମ୍‌ ସ୍କୁଲରେ ଆଡମିଶନ କରୁଥିବା ପ୍ରଥମ ୧୦ ଜଣଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ। ସେମାନଙ୍କୁ ପ୍ରତ୍ୟେକ ୧ ଗ୍ରାମର ସୁନା, ୫୦୦୦ ଟଙ୍କା ଏବଂ ଦୁଇ ସେଟ୍‌ର ୟୁନିଫର୍ମ ମିଳିବ। ଏ ପର୍ଯ୍ୟନ୍ତ ୩ ଜଣ ପିଲା ସ୍କୁଲରେ ଆଡମିଶନ କରିସାରିଲେଣି ବୋଲି ସ୍କୁଲର ପ୍ରଧାନ ଶିକ୍ଷକ  ରାଜେଶ ଚନ୍ଦ୍ରକୁମାର ୱାଇ କହିଛନ୍ତି। ସେହିପରି ଅନେକ ପିଲା ପାଠପଢିବା ପାଇଁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି।

ସ୍କୁଲଟି ୧୯୯୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ଆରମ୍ଭରୁ ପିଲା ସଂଖ୍ୟା ୧୬୫ ଜଣ ଥିଲେ। ହେଲେ ଧୀରେ ଧୀରେ ପିଲାମାନେ ସ୍କୁଲରୁ କମିବାରେ ଲାଗିଲେ। କାରଣ ସ୍ଥାନୀୟଗ୍ରାମବାସୀ ଆର୍ଥିକ ସ୍ଥିତି କୃଷି ଉପରେ ନିର୍ଭରଶୀଳ ଥିବାରୁ ଏମାନେ କ୍ଷେତରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଧୀରେ ଧୀରେ ଫସଲହାନୀ ହେବା ଏବଂ ଚାଷ ନ ହେବାରୁ ଗାଁ ଲୋକେ ଭିଟାମାଟି ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଲାଗିଲେ। ଏହି ପରିସ୍ଥିତି ଲାଗି ରହିବାରୁ ୧୯୯୦ ବେଳକୁ  ସ୍କୁଲର ପିଲା ସଂଖ୍ୟା ହ୍ରାସ ପାଇ ୧୦ରେ ପହଞ୍ଚିଗଲା। ଅନ୍ୟପଟେ ଉପସ୍ଥାପନ କମିବାର ଅନ୍ୟ ଏକ କାରଣ ହେଲା ଇଂଲିସ୍‌ ମିଡିୟମ ସ୍କୁଲ।  ସମୟ ଅନୁସାରେ ଏହି ଇଂଲିସ୍‌ ମିଡିୟମ ସ୍କୁଲ ଗୁଡ଼ିକର  କ୍ରେଜ୍‌ ବଢିବାରୁ ଓଡ଼ିଆ ମଡିୟମ ପ୍ରତି ପିଲାଙ୍କ ଆଗ୍ରହ କମିଲା ବୋଲି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି।

ସେ କହିଛନ୍ତି ଯେ ୫ ବର୍ଷ ପୂର୍ବେ ମୁଁ ଏହି ସ୍କୁଲରେ ଜଏନ କରିଥିଲି। ସେତେବେଳେ ସ୍କୁଲର ପିଲା ସଂଖ୍ୟା ମାତ୍ର ୬ ଜଣ ଥିଲେ।  ଯେତେବଳେ ଗାଁରୁ ଲୋକ ସଂଖ୍ୟା ଦ୍ରୁତ ସଂଖ୍ୟାରେ  ହ୍ରାସ ପାଇ ମାତ୍ର ୬୫ ପରିବାରରେ ପହଞ୍ଚିଲା ପରିସ୍ଥିତି ଜଟିଳ  ହେଲା। ସରକାରଙ୍କ ନିୟମ ଅନୁଯାୟୀ ୧୦ ଜଣଙ୍କଠାରୁ କମ୍‌ ଥିବା ପିଲାଙ୍କ ସ୍କୁଲ ବନ୍ଦ କରିବା ପାଇଁ ଯେତେବେଳେ ଚିଠି ଆସିଲା ସେତେବେଳେ ମୁଁ ଗ୍ରାମବାସୀଙ୍କ ସହ ଆଲୋଚନା କଲି ବୋଲି ପ୍ରଧାନ ଶିକ୍ଷକ ରାଜେଶ କହିଛନ୍ତି। ଏହା ପରେ ମୁଁ ଉପରୋକ୍ତ ଉପାୟ ବିଷୟରେ ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଲି। ଗାଁରେ ସେକର ନାମକ ଜଣେ ବ୍ୟବସାୟୀ  ପିଲାମାନଙ୍କୁ  ୧ ଗ୍ରାମର ସୁନା ଓ ୫୦୦୦ ଟଙ୍କା ଦେବା ପାଇଁ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ। ଏଥିରେ ଗ୍ରାମବାସୀ ଖୁସି ହୋଇ ସ୍କୁଲ ବନ୍ଦ କରିବା ପାଇଁ ଶିକ୍ଷା ବିଭାଗ ନିକଟରେ ଦାବି କିଛନ୍ତି। ଆମେ ସ୍କୁଲ ବନ୍ଦ କରିବା ପାଇଁ ଚାହୁଁନୁ। ଏହି ସ୍କୁଲ ଆମ ପାଇଁ ଗର୍ବ। ତେଣୁ ଯେମିତି ହେଉ ଏହି ସ୍କୁଲ ବନ୍ଦ ନ ହେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story