କରୋନା କୋକୁଆଭୟ ବେଳେ ୩ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

ଗାଜିଆବାଦ, ୟୁପି: କିଲର କରୋନା ଭାଇରସକୁ ନେଇ ଦେଶବାସୀ ଚିନ୍ତିତ ଥିବାବେଳେ ୩ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ଉତ୍ତର ପ୍ରଦେଶରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ୩ ଆକ୍ରାନ୍ତ ଗାଜିଆବାଦ୍ ଇନ୍ଦିରାପୁରମ ନିବାସୀ। ଏ ନେଇ ଗାଜିଆବାଦ ପ୍ରଶାସନ ସ୍ପଷ୍ଟ କରିଛି। ସ୍ୱାଇନ୍ ଫ୍ଲୁ (H1N1)ରେ ଆକ୍ରାନ୍ତ ତିନି ଜଣ ଯାକ ମହିଳା ରହିଛନ୍ତି। ଏବେ ସେମାନଙ୍କ ଅବସ୍ଥା ସ୍ଥିର […]

SWINE FLUE

SWINE FLUE

Subhransu Sekhar
  • Published: Monday, 09 March 2020
  • Updated: 09 March 2020, 04:59 PM IST

Sports

Latest News

ଗାଜିଆବାଦ, ୟୁପି: କିଲର କରୋନା ଭାଇରସକୁ ନେଇ ଦେଶବାସୀ ଚିନ୍ତିତ ଥିବାବେଳେ ୩ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସୋମବାର ଉତ୍ତର ପ୍ରଦେଶରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ୩ ଆକ୍ରାନ୍ତ ଗାଜିଆବାଦ୍ ଇନ୍ଦିରାପୁରମ ନିବାସୀ। ଏ ନେଇ ଗାଜିଆବାଦ ପ୍ରଶାସନ ସ୍ପଷ୍ଟ କରିଛି।

ସ୍ୱାଇନ୍ ଫ୍ଲୁ (H1N1)ରେ ଆକ୍ରାନ୍ତ ତିନି ଜଣ ଯାକ ମହିଳା ରହିଛନ୍ତି। ଏବେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ନିକଟରେ ଗାଜିଆବାଦ ପ୍ରଶାସନ ୬ ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲା। ଏହି ସମସ୍ତଙ୍କ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ତିନି ଜଣଙ୍କ ପାଖରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଥିଲା। ଯେଉଁ ତିନି ଜଣ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ନାହାନ୍ତି ସେମାନେ କିନ୍ତୁ ପ୍ରବଳ ଜ୍ୱରରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଗତବର୍ଷ ଉତ୍ତର ପ୍ରଦେଶର ଏହି ଜିଲ୍ଲାରୁ ୩୩୭ ଜଣ ସ୍ୱାଇନ୍ ଫ୍ଲୁରେ ଚିହ୍ନଟ ହୋଇଥିଲେ। ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ୨୦୧୮ରେ କୌଣସି ବ୍ୟକ୍ତି ଏହି ଜିଲ୍ଲାରେ ଏଚଓ୍ୱାନଏନଓ୍ୱାନ ଭୂତାଣୁର ଆକ୍ରାନ୍ତ ହୋଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos