ସୋନିଆ ଗାନ୍ଧିଙ୍କୁ ଭେଟିଲେ ୩ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ୟୁପିଏ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଆଜି ୩ ଜଣ କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିଛନ୍ତି। ଏହି ୩ ଜଣିଆ କେନ୍ଦ୍ରମନ୍ତ୍ରୀଙ୍କ ଟିମ୍‌ର ନେତୃତ୍ୱ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନେଇଥିଲେ। ସେ ସୋନିଆଙ୍କ ସହ ଦୀର୍ଘ ୧୫ ମିନିଟ୍‌ କାଳ ଆଲୋଚନା କରିଛନ୍ତି। ସଂସଦର ବଜେଟ୍‌ ଅଧିବେଶନ ଯେମିତି ଠିକ୍‌ ଭାବେ ଚାଲିବ, ସେଥିରେ ସହଯୋଗ କରିବାକୁ ସୋନିଆଙ୍କୁ ସେମାନେ ନିବେଦନ କରିଛନ୍ତି। ଜୁନ୍‌ ୧୭ରୁ ଆରମ୍ଭ ହେଉଥିବା […]

saq

saq

Hemant Lenka
  • Published: Friday, 07 June 2019
  • Updated: 07 June 2019, 05:19 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ୟୁପିଏ ମୁଖ୍ୟ ସୋନିଆ ଗାନ୍ଧିଙ୍କୁ ଆଜି ୩ ଜଣ କେନ୍ଦ୍ରମନ୍ତ୍ରୀ ସାକ୍ଷାତ କରିଛନ୍ତି। ଏହି ୩ ଜଣିଆ କେନ୍ଦ୍ରମନ୍ତ୍ରୀଙ୍କ ଟିମ୍‌ର ନେତୃତ୍ୱ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନେଇଥିଲେ। ସେ ସୋନିଆଙ୍କ ସହ ଦୀର୍ଘ ୧୫ ମିନିଟ୍‌ କାଳ ଆଲୋଚନା କରିଛନ୍ତି। ସଂସଦର ବଜେଟ୍‌ ଅଧିବେଶନ ଯେମିତି ଠିକ୍‌ ଭାବେ ଚାଲିବ, ସେଥିରେ ସହଯୋଗ କରିବାକୁ ସୋନିଆଙ୍କୁ ସେମାନେ ନିବେଦନ କରିଛନ୍ତି। ଜୁନ୍‌ ୧୭ରୁ ଆରମ୍ଭ ହେଉଥିବା ମୋଦି-୨ ସରକାରଙ୍କ ପ୍ରଥମ ସଂସଦୀୟ ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ।

ସୋନିଆଙ୍କ ସହ ବୈଠକ ପରେ ଶ୍ରୀ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ସୋନିଆ ଗାନ୍ଧିଙ୍କ ସହ ଆମର ଆଲୋଚନା ବେଶ ସକାରାତ୍ମକ ରହିଥିଲା। ଆମେ ସଂସଦ ଠିକ୍‌ ରୂପେ ଚଳାଇବା ପାଇଁ ତାଙ୍କ ସହଯୋଗ ଚାହୁଁଥିବା ଜଣାଇଛୁ। ସେ ମଧ୍ୟ ବିରୋଧୀଙ୍କୁ ମଧ୍ୟ ସରକାରୀ ଦଳ ସହଯୋଗ କରିବା ଦରକାର ବୋଲି କହିଛନ୍ତି। ମୁଁ ତାଙ୍କୁ କହିଛି, ସରକାର ସର୍ବଦା ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି।” ପ୍ରହ୍ଲାଦ ଯୋଶୀଙ୍କ ସହ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଜୁନ ରାମ ମେଘୱାଲ ମଧ୍ୟ ସୋନିଆଙ୍କୁ ଭେଟିଛନ୍ତି।

ସଂସଦର ଅଧିବେଶନ ପୂର୍ବରୁ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସଂସଦୀୟ କ୍ୟାବିନେଟ୍‌ କମିଟି ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ କ୍ୟାବିନେଟ୍‌ କମିଟିର ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ବାସଭବନରେ ଏହି ବୈଠକ ବସିବ। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେବେ। ଜୁନ୍‌ ୧୭ରୁ ଜୁଲାଇ ୨୬ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ବଜେଟ୍‌ ଆଗତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ ତାରିଖରେ ତାଙ୍କର ପ୍ରଥମ ବଜେଟ୍‌ ଉପସ୍ଥାପନ କରିବେ।

ଆଜି ପ୍ରହ୍ଲାଦ ଯୋଶୀ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଓ ଲୋକସଭାର ନେତା ଡିଏମକେର ଟିଆର ବାଲୁଙ୍କୁ ମଧ୍ୟ ଭେଟିଛନ୍ତି।

ଚଳିତ ଅଧିବେଶନରେ ବଜେଟ୍‌ ବ୍ୟତୀତ କେନ୍ଦ୍ର ସରକାର ୧୦ଟି ଅଧ୍ୟାଦେଶ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସଂସଦର ଏହି ଅଧିବେଶନର ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ। ଏହାପରେ ବାଚସ୍ପତି ନିର୍ବାଚନ ଜୁନ୍‌ ୧୯ ତାରିଖରେ ହେବ। ଜୁନ୍‌ ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ସମ୍ବୋଧିତ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story