ସାଥୀ ଖୋଜି ଖୋଜି ୨ ହଜାର କିଲୋମିଟର ଚାଲିଲା ବାଘ, ଲୋକେ କହିଲେ ୟାକୁ ଟିଣ୍ଡର୍‌ ବ୍ୟବହାର ଶିଖାଅ

ନୂଆଦିଲ୍ଲୀ: ଋତୁ ବଦଳିବା ସହ ପଶୁ ପକ୍ଷୀ ସ୍ଥାନ ପରିବର୍ତ୍ତନ କରିବା କଥା ଆମେ ସମସ୍ତେ ଜାଣିଛେ। ଏପରିକି ସାଥୀ ଖୋଜିବାକୁ ମଧ୍ୟ ସେମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା କଥା ମଧ୍ୟ ଜାଣିଛେ। କିନ୍ତୁ ଆଇଏଫ୍‌ଏସ୍‌ ପ୍ରବୀଣ କଶୱାନ୍‌ ଏଭଳି ଜଣେ ବାଘ କଥା ଟ୍ୱିଟରରେ ଲେଖିଛନ୍ତି, ଯେକି ସାଥି ଖୋଜିବାକୁ ୨୦୦୦ କିଲୋମିଟର ବାଟ ଚାଲିବାକୁ ପଛାଇନି। This #Tiger from India after walking into records has settled […]

Tiger

Subrat Kumar Nayak
  • Published: Friday, 06 March 2020
  • , Updated: 06 March 2020, 04:36 PM IST

ନୂଆଦିଲ୍ଲୀ: ଋତୁ ବଦଳିବା ସହ ପଶୁ ପକ୍ଷୀ ସ୍ଥାନ ପରିବର୍ତ୍ତନ କରିବା କଥା ଆମେ ସମସ୍ତେ ଜାଣିଛେ। ଏପରିକି ସାଥୀ ଖୋଜିବାକୁ ମଧ୍ୟ ସେମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା କଥା ମଧ୍ୟ ଜାଣିଛେ। କିନ୍ତୁ ଆଇଏଫ୍‌ଏସ୍‌ ପ୍ରବୀଣ କଶୱାନ୍‌ ଏଭଳି ଜଣେ ବାଘ କଥା ଟ୍ୱିଟରରେ ଲେଖିଛନ୍ତି, ଯେକି ସାଥି ଖୋଜିବାକୁ ୨୦୦୦ କିଲୋମିଟର ବାଟ ଚାଲିବାକୁ ପଛାଇନି।
https://twitter.com/ParveenKaswan/status/1235414236819419136?s=20

ସେ ଏକ ବାଘର ଫଟୋ ଶେୟାର କରିବା ସହ ଲେଖିଛନ୍ତି, “ଭାରତର ଏହି ବାଘ କେନାଲ, ବିଲ, ଜଙ୍ଗଲ, ରାସ୍ତା ଏବଂ ଅନ୍ୟ ବାଧାବିଘ୍ନ ଦେଇ ୨୦୦୦ କିଲୋମିଟର ଚାଲିଛି। ବାଟସାରା କାହାର କିଛି କ୍ଷତି କରିନି। ସେ ଦିନରେ ବିଶ୍ରାମ ନେଇ ରାତିରା ଚାଲୁଥିଲା। କେବଳ ଜଣେ ଯୋଗ୍ୟ ସାଥୀ ପାଇଁ ସେ ଏଭଳି ପରିଶ୍ରମ କରିଛି। ୟା ଉପରେ ଲଗାତାର ନଜର ରଖାଯାଇଥିଲା।” ପ୍ରବୀଣ କହିଛନ୍ତି, ଭିଏଚ୍‌ଏଫ୍‌ ରେଡିଓ ଏବଂ ଜିପିଏସ୍‌ ସହାୟତାରେ ତା’ ଉପରେ ନଜର ରଖାଯାଇଥିଲା।
https://twitter.com/ParveenKaswan/status/1235534464211496960?s=20
ଏହା ପରେ ବହୁ ମଜାଦାର ଟ୍ୱିଟ୍‌ ସବୁ ଆସିଛି। ଜଣେ ଲେଖିଛନ୍ତି, ଏଠି ଲୋକେ ନେଟ୍‌ଫ୍ଲିକ୍ସ ପାସୱାର୍ଡ ଦେଉନାହାନ୍ତି, କିନ୍ତୁ ଏ ବାଘ ଏତେ ପରିଶ୍ରମ କରୁଛି। ଜଣେ ଲେଖିଛନ୍ତି, ସେ ପାଇଥିବା ବାଘୁଣୀ ବଡ଼ ଭାଗ୍ୟବାନ ହୋଇଥି। ମଣିଷମାନେ ନିଜ କାମକୁ ବହୁତ ଅଧିକ କରି ଦେଖାଉଛନ୍ତି। ଜଣେ ଲେଖିଛନ୍ତି, ବାଘ ମାନଙ୍କ ପାଇଁ ଟିଣ୍ଡର ଦରକାର।
https://twitter.com/ticktick20/status/1235415966332243971?s=20
https://twitter.com/ananya116/status/1235539455047380997?s=20
https://twitter.com/Shruti20201/status/1235454018274516992?s=20
https://twitter.com/Sanjay51295858/status/1235419094339309569?s=20

Related story