ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାକୁ ଅଣ୍ଟାଭିଡ଼ିଲା ତିହାର ଜେଲ୍

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ତିହାର ଜେଲ୍ କତ୍ତୃପକ୍ଷ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି। ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟେଲ କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ବିନୟ କୁମାର ଶର୍ମାର ଦୟା ଆବେଦନ ଖାରଜ ହେବା ପରେ ତିହାର ଜେଲ୍ ପ୍ରଶାସନ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଘୋଷଣା କରିବାକୁ ଆବେଦନ କରିଛନ୍ତି। ତିହାର ଜେଲରେ ଥିବା […]

nirbhaya convict

Subhransu Sekhar
  • Published: Saturday, 01 February 2020
  • , Updated: 01 February 2020, 05:09 PM IST

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପାଇଁ ତିହାର ଜେଲ୍ କତ୍ତୃପକ୍ଷ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି। ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋୟେଲ କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ବିନୟ କୁମାର ଶର୍ମାର ଦୟା ଆବେଦନ ଖାରଜ ହେବା ପରେ ତିହାର ଜେଲ୍ ପ୍ରଶାସନ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଘୋଷଣା କରିବାକୁ ଆବେଦନ କରିଛନ୍ତି।

ତିହାର ଜେଲରେ ଥିବା ନିର୍ଭୟା ମାମଲାର ଦୋଷୀ ମୁକେଶ କୁମାର ସିଂହ(୩୨), ପବନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଏବଂ ଅକ୍ଷୟ କୁମାର (୩୧)କୁ ଫେବୃଆରୀ ୧ରେ ଫାଶୀ ଦେବା ପାଇଁ ନିର୍ଦ୍ଦାରିତ ହୋଇଥିଲା। ହେଲେ ଦିଲ୍ଲୀର ପଟିଆଲା କୋର୍ଟ ଶୁକ୍ରବାର ଫାଶୀ ତାରିଖ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି।

ଦୋଷୀ ପବନ, ବିନୟ ଏବଂ ଅକ୍ଷୟର ଓକିଲ ଏପି ସିଂହ ଆଇନର ସମସ୍ତ ଦିଗକୁ ବ୍ୟବହାର କରି ଦୋଷୀଙ୍କୁ ଫାଶୀରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି।

Related story