ଭାରତରେ ପୁନଃ ପ୍ରବେଶ ପାଇଁ ଟିକଟକର ନୂଆ ଚାଲ

ଲଣ୍ଡନ: ଭାରତରୁ ଚାଇନିଜ ଆପ ଟିକଟକ ବ୍ୟାନ ହେବା ପରେ ଏବେ ଅଡୁଆରେ ପଡ଼ିଛି। ବାଇଟ ଡ୍ୟାନ୍ସ ଲିମିଟିଡ ଦ୍ୱାରା ପରିଚାଳିତ ଟିକଟକ ଏବେ ଭାରତରେ କିଭଳି ପୁନଃ ପ୍ରବେଶ କରିବ ସେ ନେଇ ଚିନ୍ତାରେ। ତେଣୁ ନୂଆ ବ୍ୟବସାୟିକ ଚାଲ ଆରମ୍ଭ କରିଛି ଟିକଟକ। ନିଜର ଗ୍ଲୋବାଲ ଅଫିସକୁ ବେଜିଂରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟିକଟକ ଏବେ ଗ୍ଲୋବାଲ ଅଫିସ ୟୁରୋପ ମହାଦେଶର ଲଣ୍ଡନରେ ଖୋଲିବାକୁ ଯୋଜନା […]

tiktok (1)

Subhransu Sekhar
  • Published: Sunday, 19 July 2020
  • , Updated: 19 July 2020, 07:20 PM IST

ଲଣ୍ଡନ: ଭାରତରୁ ଚାଇନିଜ ଆପ ଟିକଟକ ବ୍ୟାନ ହେବା ପରେ ଏବେ ଅଡୁଆରେ ପଡ଼ିଛି। ବାଇଟ ଡ୍ୟାନ୍ସ ଲିମିଟିଡ ଦ୍ୱାରା ପରିଚାଳିତ ଟିକଟକ ଏବେ ଭାରତରେ କିଭଳି ପୁନଃ ପ୍ରବେଶ କରିବ ସେ ନେଇ ଚିନ୍ତାରେ। ତେଣୁ ନୂଆ ବ୍ୟବସାୟିକ ଚାଲ ଆରମ୍ଭ କରିଛି ଟିକଟକ। ନିଜର ଗ୍ଲୋବାଲ ଅଫିସକୁ ବେଜିଂରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଟିକଟକ ଏବେ ଗ୍ଲୋବାଲ ଅଫିସ ୟୁରୋପ ମହାଦେଶର ଲଣ୍ଡନରେ ଖୋଲିବାକୁ ଯୋଜନା କରିଛି। ଏଥିପାଇଁ ବ୍ରିଟେନ ସରକାରଙ୍କ ଅନୁମତି ମାଗିଥିବା ଜଣାପଡ଼ିଛି।

ଟିକଟକ ଚାଇନିଜ ଆପ୍ ହୋଇଥିବାରୁ ଦେଶବାସୀଙ୍କ ଗୋପନୀୟତାକୁ ସୁରକ୍ଷା ଦେବାକୁ ଯାଇ ଭାରତ ସରକାର ଏହାକୁ ବ୍ୟାନ କରିଛନ୍ତି। କେବଳ ଟିକଟକ ନୁହଁ ଚାଇନାର ମୋଟ୍ ୫୯ଟି ଆପକୁ ବ୍ୟାନ କରିଛି ଭାରତ। ଏବେ ଆମେରିକା ମଧ୍ୟ ସମାନ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ରଖିଛି।

ଟିକଟକ ମ୍ୟାନେଜମେଣ୍ଟ ପ୍ରଥମେ ଆମେରିକାରେ ନିଜର ଗ୍ଲୋବାଲ ଅଫିସ ଖୋଲିବାକୁ ଚିନ୍ତା କରିଥିଲା। ହେଲେ ଆମେରିକା ବାରମ୍ୱାର ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଅଫିସ ଖୋଲିବାକୁ ଟ୍ରମ୍ପ ସରକାର ଅନୁମତି ଦେବେ ନାହିଁ ବୋଲି ଟିକଟିକ ଅଧିକାରୀ ହୃଦବୋଧ କରିଛନ୍ତି। ତେଣୁ ବ୍ରିଟେନ ସ୍ଥିତ ଲଣ୍ଡନରେ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି ଟିକଟକ ମ୍ୟାନେଜମେଣ୍ଟ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ବ୍ରିଟେନ ସରକାର ମଧ୍ୟ ଟିକଟକର ପ୍ରସ୍ତାବକୁ ନାଁ କହିଥିଲେ। ହେଲେ ପୁଣିଥରେ ସରକାରୀ ସ୍ତରରେ କଥାବାର୍ତ୍ତା ଚାଲିଥିବା ସୂଚନା ରହିଛି।

Related story