ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ କେଉଁ ଦଳକୁ ମିଳିବ କେତେ ସମୟ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ସକାଳ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗୃହରେ ଆଲୋଚନା ହେବ। ସଂଧ୍ୟା ୬ଟା ପରେ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୁମିତ୍ରା ମହାଜନ ଏହି ଆଲୋଚନାରେ ଭାଗନେବାକୁ ଥିବା ବିଭିନ୍ନ ରାଜନୀତିକ ଦଳ ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ବିଜେପି ପାଇଁ ସର୍ବାଧିକ ୩ ଘଣ୍ଟା ୩୩ ମିନିଟ୍ ଧାର୍ଯ୍ୟ ହୋଇଥିବା ବେଳେ […]

PTI1_5_2018_000020B-770x433

PTI1_5_2018_000020B-770x433

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 08:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ସକାଳ ୧୧ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗୃହରେ ଆଲୋଚନା ହେବ। ସଂଧ୍ୟା ୬ଟା ପରେ ଭୋଟ ଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୁମିତ୍ରା ମହାଜନ ଏହି ଆଲୋଚନାରେ ଭାଗନେବାକୁ ଥିବା ବିଭିନ୍ନ ରାଜନୀତିକ ଦଳ ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ବିଜେପି ପାଇଁ ସର୍ବାଧିକ ୩ ଘଣ୍ଟା ୩୩ ମିନିଟ୍ ଧାର୍ଯ୍ୟ ହୋଇଥିବା ବେଳେ କଂଗ୍ରେସକୁ ୩୮ ମିନିଟ୍, ଏଆଇଡିଏମ୍‌କେକୁ ୨୯ ମିନିଟ୍, ତୃଣମୂଳ କଂଗ୍ରେସକୁ ୨୭ ମିନିଟ୍, ବିଜେଡିକୁ ୧୫ ମିନିଟ୍, ଶିବସେନାକୁ ୧୪ ମିନିଟ୍, ଟିଡିପିକୁ ୧୩ ମିନିଟ୍, ଟିଆରଏସ୍‌କୁ ୯ ମିନିଟ୍, ସିପିଆଇଏମ୍ ୭ ମିନିଟ୍, ସମାଜବାଦୀ ପାର୍ଟି ୬ ମିନିଟ୍, ଏନ୍‌ସିପିକୁ ୬ ମିନିଟ୍ ଓ ଲୋକ ଜନଶକ୍ତି ପାର୍ଟି ସଦସ୍ୟଙ୍କ ପାଇଁ ୫ ମିନିଟ୍ ସମୟ ଧାର୍ଯ୍ୟ ହୋଇଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ରରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବ। ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଲୋକସଭାରେ ବିଜେଡି ସାଂସଦ ତଥାଗତ ସତପଥୀ ଟ୍ୱିଟ୍ କରି କହିଛନ୍ତି ଯେ, ଦଳର ସମସ୍ତ ଲୋକସଭା ସାଂସଦଙ୍କୁ ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି ହୋଇଛି। ତେବେ ଅନାସ୍ଥା ପ୍ରସ୍ତାବକୁ ଦଳ ସମର୍ଥନ କରିବ ନା ବିରୋଧ କରିବ, କିମ୍ୱା ଭୋଟ୍ ଦାନରୁ ଦୂରେଇ ରହିବ ସେ ନେଇ କୌଣସି ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ଶ୍ରୀ ସତପଥୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos