ନୂଆଦିଲ୍ଲୀ: ଟାଇଟାନିକ୍, ଦି ଇନ୍ସେପ୍ସନ୍ ଏବଂ ଦି ରେଭେନାଣ୍ଟ ପରି ପ୍ରସିଦ୍ଧ ଚଳଚ୍ଚିତ୍ରର ଅଭିନେତା ତଥା ପରିବେଶବିତ୍ ଲିଓନାର୍ଡୋ ଡିକାପ୍ରିଓ ଚେନ୍ନାଇ ଜଳସଂକଟକୁ ନେଇ ମୁହଁ ଖୋଲିଛନ୍ତି। ଏହି ଓସ୍କାର ବିଜେତା ଇନ୍ଷ୍ଟାଗ୍ରାମ୍ ଯୋଗେ କହିଛନ୍ତି, ଦକ୍ଷିଣ ଭାରତୀୟ ସହର ଚେନ୍ନାଇକୁ କେବଳ ବର୍ଷା ବଞ୍ଚାଇପାରିବ। ଏକ ଶୂନ୍ୟପ୍ରାୟ କୂଅରୁ ପାଣି କାଢ଼ୁଥିବା ମହିଳାଙ୍କର ଫଟୋରେ କ୍ୟାପସନ୍ ଦେଇଛନ୍ତି, ସମ୍ପୂର୍ଣ୍ଣ ଶୂନ୍ୟ ଏକ କୂଅ, ଜଳଶୂନ୍ୟ ଏକ ସହର। ଏହି ଫଟୋରେ ଦର୍ଶାଯାଇଛି ସତେ ଯେପରି କୂଅର ଶେଷ ଜଳ ବିନ୍ଦୁଟିକୁ ପାଇବାର ପ୍ରୟାସ କରୁଛନ୍ତି ଲୋକେ।
https://www.instagram.com/p/BzJYT-XF3cK/?utm_source=ig_web_copy_link
ଲିଓନାର୍ଡୋଙ୍କ ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଜଳ ସ୍ତର କମିବାରେ ଲାଗିଥିବାବେଳେ ଜଳାଭାବ ଯୋଗୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବା ଆରମ୍ଭ କରିଛନ୍ତି। ସରକାରୀ ଅଧିକାରୀମାନେ ବିକଳ୍ପ ଜଳ ଉତ୍ସ ସନ୍ଧାନରେ ଅଛନ୍ତି। କିନ୍ତୁ ଲୋକେ ବର୍ଷା ପାଇଁ ପ୍ରାର୍ଥନା କରୁଛନ୍ତି। ସୂଚନାଯୋଗ୍ୟ, ଜଳ ସଂକଟ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ବେଶ୍ କିଛି ପରିବେଶ ସମ୍ବନ୍ଧୀୟ ପ୍ରସଙ୍ଗର ସମାଧାନ ନିମନ୍ତେ ଏହି ପ୍ରଖ୍ୟାତ ଅଭିନେତା କାର୍ଯ୍ୟ କରିଆସୁଛନ୍ତି।