Advertisment

'ଅମ୍ଫାନ' ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଲେ ନୁସରତ୍

କୋଲକାତା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ଅନେକ ଧ୍ୱଂସ ଘଟାଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଏହା ପ୍ରଭାବରେ ଅଧିକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସେଠାରେ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ତେବେ ଏହି ସମୟରେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ତାଙ୍କ ଅଞ୍ଚଳର ଲୋକଙ୍କଠାରୁ […]

'ଅମ୍ଫାନ' ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଲେ ନୁସରତ୍

nushrat

Advertisment

କୋଲକାତା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ୍ ସହ ସଂଘର୍ଷ କରୁଥିବାବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବାତ୍ୟା ‘ଅମ୍ଫାନ୍’ ଅନେକ ଧ୍ୱଂସ ଘଟାଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଏହା ପ୍ରଭାବରେ ଅଧିକ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସେଠାରେ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ତେବେ ଏହି ସମୟରେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ନିଜ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁଠାରେ ସେ ତାଙ୍କ ଅଞ୍ଚଳର ଲୋକଙ୍କଠାରୁ ତାଙ୍କ ଅବସ୍ଥା ପଚାରି ବୁଝିବା ସହ ରିଲିଫ୍ ବଣ୍ଟନ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ।

Advertisment

ଜନସାଧାରଣଙ୍କୁ ଭେଟିବା ସମୟରେ ନୁସରତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମଧ୍ୟ ପାଳନ କରିଥିଲେ। ତେବେ ଏହି ସମୟର କିଛି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଫଟୋରେ ନୁସରତ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ସେ ନିଜେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହାର ଅନେକ ଫଟୋ ଶେଆର୍ କରିଛନ୍ତି।

https://www.instagram.com/p/CAfcpaBnD5_/?utm_source=ig_web_copy_link

ଫଟୋ କ୍ୟାପସନରେ ନୁସରତ୍ ଲେଖିଛନ୍ତି, 'ମୁଁ ବସିରହାଟ ନିର୍ବାଚନମଣ୍ଡଳୀର ବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଞ୍ଚଳକୁ ଯାଇ ମିନଖାନ୍ ଏବଂ ହରୋଆସ୍ଥିତ ଆଶ୍ରୟ ଗୃହଗୁଡ଼ିକରେ ରହୁଥିବା ଲୋକଙ୍କୁ ଭେଟିଥିଲି। ଏ ପରିସ୍ଥିରେ ଆମେ ସମସ୍ତେ ଏକାଠି ଅଛୁ। କରୋନାରୁ ବଞ୍ଚିବା ପାଇଁ ଏବଂ ଏହି ବିପର୍ଯ୍ୟୟରୁ ମୁକ୍ତି ପାଇଁ ଆମ ସମସ୍ତଙ୍କୁ ପର୍ଯ୍ୟାପ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଆମେ ନିଶ୍ଚିତ ଭାବରେ ଏଥିରୁ ମୁକ୍ତି ପାଇବାରେ ସମର୍ଥ ହେବୁ।’

Advertisment

ପଶ୍ଚିମବଙ୍ଗରେ ଅମ୍ଫାନ୍ ବହୁ କ୍ଷୟକ୍ଷତି ଘଟାଇଛି। ବଡ଼ ବଡ଼ ନେତା ସମେତ ଅନେକ ବଲିଉଡ୍ ତାରକା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଅଗ୍ରୀମ ହଜାର କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ଏଥିସହ କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାପରେ କେନ୍ଦ୍ର ବାକି ସହାୟତା କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe