ପାନ୍ କାର୍ଡ କି ଆଧାର କାର୍ଡ ନମ୍ୱର ଭୁଲ୍ ଲେଖିଲେ ଜୋରିମାନା

ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଟିକସ ଦେବା ବେଳେ ଅନେକ […]

adhara pin

Subhransu Sekhar
  • Published: Wednesday, 04 December 2019
  • , Updated: 04 December 2019, 04:19 PM IST

ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଟିକସ ଦେବା ବେଳେ ଅନେକ କ୍ଷେତ୍ରରେ ପାନ୍ ନମ୍ୱର ଜାଗାରେ ଆଧାର ନମ୍ୱର ଏବଂ ଆଧାର ନମ୍ୱର ଜାଗାରେ ପାନ୍ ନମ୍ୱର ଲେଖା ହେବାର ଅଭିଯୋଗ ଆସିଥିଲା। ଯାହାକି ଆୟକର ବିଭାଗକୁ ଅଡ଼ୁଆରେ ପକାଇଥିଲା। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏଭଳି ନିୟମ ଜାରି କରିଛି। ଏହି ଜୋରିମାନା ପ୍ରତି ଭୁଲ୍ ପିଛା ଦେବାକୁ ପଡ଼ିବ।

ଚଳିତ ଆର୍ଥିକ ବଜେଟ ବେଳେ ସରକାର ଇନକମ-ଟ୍ୟାକ୍ସ ଆଇନର ଧାରା ୨୭୨ବିକୁ କଡ଼ାକଡ଼ି କରିଛନ୍ତି। ଏହି ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ଆଧାର କିମ୍ୱା ପାନ୍ ନମ୍ୱର ଭୁଲ ଲେଖିବ ତାହେଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ନିୟମ ରହିଛି।

Related story