ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୬ତମ ଜନ୍ମ ଦିନ। ଏଥିପାଇଁ ମୋଦିଙ୍କୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ମୋଦି ଗୁଜରାଟ ଯାଇ ମା’ ହୀରାବେନ୍‌ଙ୍କଠାରୁ ଆର୍ଶୀବାଦ ନେଇଛନ୍ତି। ୧୯୫୦ ମସିହା ଆଜିର ଦିନରେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ସ୍କୁଲ ଜୀବନରୁ ସେ ଜନସେବାରେ ମନ ଦେଇଥିଲେ। ପ୍ରଥମେ ସେ ୧୯୬୭ ମସିହା ଗୁଜରାଟ ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ପରେ ସେ ପର୍ଯ୍ୟାୟକ୍ରମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ […]

narendra

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 09:57 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୬ତମ ଜନ୍ମ ଦିନ। ଏଥିପାଇଁ ମୋଦିଙ୍କୁ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ମୋଦି ଗୁଜରାଟ ଯାଇ ମା’ ହୀରାବେନ୍‌ଙ୍କଠାରୁ ଆର୍ଶୀବାଦ ନେଇଛନ୍ତି।

୧୯୫୦ ମସିହା ଆଜିର ଦିନରେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ମୋଦି। ସ୍କୁଲ ଜୀବନରୁ ସେ ଜନସେବାରେ ମନ ଦେଇଥିଲେ। ପ୍ରଥମେ ସେ ୧୯୬୭ ମସିହା ଗୁଜରାଟ ବନ୍ୟା ପୀଡ଼ିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ପରେ ସେ ପର୍ଯ୍ୟାୟକ୍ରମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଦୁର୍ନୀତି ବିରୋଧୀ ନବ ନିର୍ମାଣ ସଙ୍ଗଠନ ଓ ଆର୍‌ଏସ୍‌ଏସ୍‌ରେ ସାମିଲ ହୋଇଥିଲେ। ଏହାପରେ ସେ ୧୯୭୮ ମସିହାରେ ରାଜନୀତିକୁ ଓହ୍ଲାଇଥିଲେ।

୨୦୦୧ରେ କେଶୁଭାଇ ପଟେଲଙ୍କ ସ୍ଥାନରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାର ବର୍ଷେ ପରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ଓ ସାଂପ୍ରଦାୟିକ ଦଙ୍ଗା ମୋଦିଙ୍କ ଭୂମିକାକୁ ବିବାଦ ମଧ୍ୟକୁ ଠେଲି ଦେଇଥିଲା। ଏସବୁ ସତ୍ତ୍ୱେ ୨୦୦୨, ୨୦୦୭ ଓ ୨୦୧୨ ନିର୍ବାଚନରେ କ୍ରମାଗତ ଭାବେ ସଂଖ୍ୟା ଗରିଷ୍ଠତା ସହ ସେ କ୍ଷମତାକୁ ଫେରିଲେ। ଏହା ମୋଦିଙ୍କୁ ସମଗ୍ର ଦେଶରେ ଚର୍ଚ୍ଚା ପରିସରକୁ ଆଣିଥିଲା। ଏହାକୁ ନେଇ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ମୋଦିଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ତାଙ୍କୁ ପ୍ରଧାନମନ୍ତ୍ରୀ କରାଇଥିଲେ ଭାରତୀୟ ଭୋଟର।

Related story