ଆଜି ପୃଥିବୀରେ ମାଡ଼ ହେବ ସୌର ଝଡ଼,  ହୋଇଯିବ ଟେକ୍‌-ବ୍ଲାକ ଆଉଟ୍‌

ଲଣ୍ଡନ: ବୈଜ୍ଞାନିକଙ୍କ ଆକଳନ। ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଆଜି ପୃଥିବୀରେ ସୌରଝଡ ମାଡ଼ ହୋଇପାରେ। ଫଳରେ କିଛି ସମୟ ପାଇଁ ବ୍ଲାକ୍‌ଆଉଟ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।ଏକ୍ସପ୍ରେସ୍‌ ୟୁକେ ରିପୋର୍ଟ ଅନୁସାରେ ସୂର୍ଯ୍ୟ ଦେହରେ ଏକ କୋରୋନାଲ ହୋଲ୍‌ ଖୋଲିଯିବ। ଫଳରେ ଏହି ହୋଲ୍‌ ଦେଇ ବହୁ ପରିମାଣରେ ଶକ୍ତି ନିର୍ଗତ ହେବ। ସେଥିରେ ଅନ୍ତରୀକ୍ଷ ଅଣୁ ମଧ୍ୟ ରହିବ। ଯାହାକି ଉପଗ୍ରହ  ଓ ଉପଗ୍ରହ ପରିଚାଳିତ ଟେକ୍ନୋଲୋଜି ଓ ଉପକରଣକୁ ଅଚଳ କରିଦେବାର […]

370089429-Solarstomr_6

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 10:52 AM IST

ଲଣ୍ଡନ: ବୈଜ୍ଞାନିକଙ୍କ ଆକଳନ। ଗବେଷଣାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଆଜି ପୃଥିବୀରେ ସୌରଝଡ ମାଡ଼ ହୋଇପାରେ। ଫଳରେ କିଛି ସମୟ ପାଇଁ ବ୍ଲାକ୍‌ଆଉଟ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।ଏକ୍ସପ୍ରେସ୍‌ ୟୁକେ ରିପୋର୍ଟ ଅନୁସାରେ ସୂର୍ଯ୍ୟ ଦେହରେ ଏକ କୋରୋନାଲ ହୋଲ୍‌ ଖୋଲିଯିବ। ଫଳରେ ଏହି ହୋଲ୍‌ ଦେଇ ବହୁ ପରିମାଣରେ ଶକ୍ତି ନିର୍ଗତ ହେବ। ସେଥିରେ ଅନ୍ତରୀକ୍ଷ ଅଣୁ ମଧ୍ୟ ରହିବ। ଯାହାକି ଉପଗ୍ରହ  ଓ ଉପଗ୍ରହ ପରିଚାଳିତ ଟେକ୍ନୋଲୋଜି ଓ ଉପକରଣକୁ ଅଚଳ କରିଦେବାର ଆଶଙ୍କା ରହିଛି।

ସ୍ପେସ୍‌ ୱେଦର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ସୋଲାର ଡିସ୍କର ଅଧା ଅଂଶକୁ କାଟିବା ଭଳି ସୂର୍ଯ୍ୟ ଦେହରେ ଏକ ବିରାଟ ଫାଟ ସୃଷ୍ଟି ହେବାକୁ ଯାଉଛି। ଫଳରେ ସୂର୍ଯ୍ୟ ଦେହରୁ ପୃଥିବୀକୁ ପ୍ରବଳ ଉତ୍ତପ୍ତ ହାୱା ମାଡ଼ି ଆସିବ। ନାସା ପକ୍ଷରୁ ଜାରି  ହୋଇଥିବା ଏକ ଚିତ୍ରରେ ଗରମ ହାୱା କିଭଳି ନିର୍ଗତ  ହେବ ତାହା ଦେଖିବାକୁ ମିଳିଛି।

ନ୍ୟାସନାଲ ଓସେନ ଆଣ୍ଡ ଆଟମୋସ୍ପିୟରିକ ଆସୋସିଏସନ ପକ୍ଷରୁ କୁହାଯାଇଛିଯେ ସୂର୍ଯ୍ୟଙ୍କ ଶରୀରରେ ଏହି ଝଡ ନିର୍ଗତ ହେଲେ ତାହା ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦେଖିବାକୁ ମିଳିବ। ତେବେ ସଂଙ୍ଗଠନ ଏହାକୁ ଜି-୧ ଶ୍ରେଣୀ ବା ହାଲ୍‌କା ସୌରଝଡବୋଲି ବର୍ଣ୍ଣନା କରିଛି। ଏହି ସଙ୍ଗଠନ କହିଛି ଯେ,  ରବିବାର କିମ୍ୱା ସୋମବାର ଏହା ପୃଥିବୀକୁ ସ୍ପର୍ଶ କରିବ।  କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୃଥିବୀ ଉପରେ ଏହି ସୌରଝଡ଼ ବ୍ୟାପକ ପ୍ରଭାବ ପକାବ। ଫଳରେ ଉପଗ୍ରହ ଆଧାରିତ ଟେକ୍ନୋଲୋଜି ଅକାମୀ ହୋଇଯିବ। ଅର୍ଥାତ ଟେକ୍‌-ବ୍ଲାକ୍‌ଆଉଟ୍‌ ହେବାର ସମ୍ଭାବନା ରହିଛି। ଫଳରେ ଉପଗ୍ରହ ସମେତ କମ୍ପ୍ୟୁଟର, ଟେଲିଭିଜନ୍‌ ଓ ଅନ୍ୟାନ ସମେତ ବୈଷୟିକ ଉପକରଣ ଅଚଳ ହୋଇପଡିବ। ବହୁ ଦେଶର ଏହାର ପ୍ରଭାବ ପଡିପାରେ ବୋଲି ସତର୍କ କରାଇଦେଇଛନ୍ତି।

ସୂଚନା ଅନୁସାରେ  ସୂର୍ଯ୍ୟ ଦେହରେ କ୍ଷଣିକ ପାଇଁ ହେଉଥିବା ପରିବର୍ତ୍ତନ ଯୋଗୁ ଉତ୍ପନ ହେଉଥିବା ଶକ୍ତି (ଚୁମ୍ୱକୀୟ ଶକ୍ତି)କୁ ସୌରଝଡ଼ କୁହାଯାଏ। ଏହାକୁ ଜି-୧,ଜି-୨, ଜି-୩,ଜି-୪, ଜି-୫ ଆଦି ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏହାଦ୍ୱାରା ପୃଥିବୀରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଥାଏ।

Related story