ନୂଆଦିଲ୍ଲୀ: ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରାଯାଇଛି। ଆଜି ଦିନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସମ୍ପର୍କିତ ଗାଇଡଲାଇନ ଜାରି କରାଯିବ।
ତେବେ ୨୨ ମିନିଟ୍ର ଉଦବୋଧନ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୦ଟି ବଡ଼ କଥା କହିଛନ୍ତି। ରାଜ୍ୟ ଓ ଦେଶବାସୀଙ୍କ ପରାମର୍ଶକ୍ରମେ ମୋଦି ଲକଡାଉନ ଅବିଧି ବୃଦ୍ଧି କରିଥିବା କହିଛନ୍ତି।
ଆସନ୍ତୁ ଜାଣିବା ମୋଦିଙ୍କ ୧୦ ବଡ଼ କଥା-
୧-ଆମେ ସମସ୍ତେ ଭାରତୀୟ ଓ ଭାରତୀୟଙ୍କ ଏକତାର ଶକ୍ତି ଲକଡାଉନ ବେଳେ ଦେଖିବାକୁ ମିଳିଛି।
୨-ଆପଣମାନେ ସମସ୍ତେ ଦେଶକୁ ବଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମୟରେ ଆପଣମାନେ ସମସ୍ତେ ସମ୍ମୁଖୀନ ହେଉଥିବା କଠିନ ପରିସ୍ଥିତି ବିଷୟରେ ମୁଁ ଭଲ ଭାବେ ଜାଣିଛି।
୩-ଆପଣମାନଙ୍କ ମଧ୍ୟରୁ କିଛି ଜଣ ଘରଠାରୁ ଦୂରରେ ରହିଛନ୍ତି। କିଛି ଲୋକ ଖାଇବା ଓ ଜରୁରୀ ସାମଗ୍ରୀ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଥାପି ଆପଣମାନେ ଦେଶ ପାଇଁ କଷ୍ଟ ସହୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ମୋର ଶହଶହ ନମସ୍କାର।
୪-ଆପଣମାନେ କଷ୍ଟରେ ରହି ଦେଶକୁ ବଞ୍ଚାଇ ଦେଇଛନ୍ତି। ଆପଣମାନଙ୍କ କଷ୍ଟ ଓ ଧୈର୍ଯ୍ୟ ପାଇଁ ଆଜି ଦେଶ ବର୍ତ୍ତି ଯାଇଛି।
୫- ସମସ୍ତଙ୍କ ପରାମର୍ଶକ୍ରମେ ଲକଡାଉନ ଅବଧିକୁ ୩ ମେ’ ଯାଏ ବୃଦ୍ଧି କରାଯାଉଛି।
୬-ଭାରତ କରୋନା ବିରୋଧୀ ଲଢ଼େକୁ ବେଶ ଶକ୍ତିଶାଳୀ ଓ ସାହାସର ସହ କରୁଛି।
୭-କଠୋର ଓ ଶୀଘ୍ର ପଦକ୍ଷେପ ପାଇଁ ଆଜି ଅନେକ ବଡ଼ବଡ଼ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତର କରୋନା ସ୍ଥିତି ଭଲ ରହିଛି।
୮-ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ଥିବା ବେଳେ ଦେଶରେ ୨୧ ଦିନିଆ ଲକଡାଉନ ଜାରି କରାଗଲା। କେବଳ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା।
୯-ଲକଡାଉନ ଓ ସାମାଜିକ ଦୂରତା କରୋନା ଲଢ଼େଇ କ୍ଷେତ୍ରରେ ଭାରତକୁ ଅନେକ ଫାଇଦା ଦେଇଛି।
୧୦-ଲକଡାଉନ ପାଇଁ ଭାରତ ଅର୍ଥନୀତି କ୍ଷେତ୍ରରେ ବହୁତ ପଛକୁ ଚାଲିଯିବ, ଏକଥା ସମସ୍ତେ ଜାଣିଛନ୍ତି। କିନ୍ତୁ ମଣିଷର ଜୀବନ ବଞ୍ଚାଇବା ପାଇଁ ଆଉ କୌଣସି ବିକଳ୍ପ ହିଁ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।