ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଂସଦ ପଦର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଶେଷରେ ଖାରଜ ହୋଇଛି। ଗତବର୍ଷ ମୋଦି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିରୋଧରେ ବହିଷ୍କୃତ ବିଏସଏଫ ଯବାନ ତେଜ ବାହାଦୂର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଆବଶ୍ୟକ ଦସ୍ତାବିଜ ଯୋଗୁ ତାଙ୍କ ପ୍ରାର୍ଥିପତ୍ରକୁ ନିର୍ବାଚନ କମିଶନ ଖାରଜ କରିଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ […]

dg

Hemant Lenka
  • Published: Tuesday, 24 November 2020
  • , Updated: 24 November 2020, 01:30 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଂସଦ ପଦର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଶେଷରେ ଖାରଜ ହୋଇଛି। ଗତବର୍ଷ ମୋଦି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିରୋଧରେ ବହିଷ୍କୃତ ବିଏସଏଫ ଯବାନ ତେଜ ବାହାଦୂର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଆବଶ୍ୟକ ଦସ୍ତାବିଜ ଯୋଗୁ ତାଙ୍କ ପ୍ରାର୍ଥିପତ୍ରକୁ ନିର୍ବାଚନ କମିଶନ ଖାରଜ କରିଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ଆବେଦକୁ ଖାରଜ କରି ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଦେଇଥିବା ରାୟକୁ ସମର୍ଥନ କରିଛନ୍ତି। ୩ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ, ଜଷ୍ଟିସ ଏଏସ୍ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣିଅନ ରହିଥିଲେ।

ତେଜ ବାହାଦୂର ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ପ୍ରଥମେ ସେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାପରେ ତାଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରିଥିଲା। ହେଲେ ନିର୍ବାଚନ କମିଶନ କୌଣସି କାରଣ ନ ଜଣାଇ ମେ’ ୧ରେ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିଦେଇଥିଲେ।

ଜମ୍ମୁ-କଶ୍ମୀରରେ ତେଜ ବାହାଦୂର ବିଏସଏଫ ଯବାନ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରେ ସେ ଅନଲାଇନରେ ଗୋଟିଏ ଭିଡିଓ ପୋଷ୍ଟ କରି ଯବାନଙ୍କୁ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ବିଏସଏଫରୁ ବହିଷ୍କୃତ କରାଯାଇଥିଲା।

Related story