ଦୀର୍ଘ ଦିନରୁ ଭାରତର ଟାର୍ଗେଟରେ ଥିଲା ନିହତ ଆତଙ୍କବାଦୀ ମୁନ୍ନା ଲାହୋରୀ। ଆଇଇଡି ବୋମା ତିଆରି କରିବାରେ ଏହି ଆତଙ୍କବାଦୀ ଓସ୍ତାଦ ଥିଲା ବୋଲି ଜଣାପଡ଼ିଛି। ମାର୍ଚ୍ଚ ୩୦ରେ ବନିହାଲରେ ସୁରକ୍ଷା ବଳଙ୍କ ଉପରକୁ କାରରେ ଆଇଇଡି ବୋମା ଖଞ୍ଜି ଆକ୍ରମଣ କରିବା ଭଳି ଅଭିଯୋଗ ଥିଲା ମୁନ୍ନା ଲାହୋରି ନାମରେ। ଖାଲି ସେନା ଉପରେ ଆକ୍ରମଣ ନୁହେଁ, ଅନେକ ସାଧାରଣ ଲୋକଙ୍କୁ ମଧ୍ୟ ମୁନ୍ନା ହତ୍ୟା କରିଥିବା ଅଭିଯୋଗ ଥିଲା ବୋଲି ଆଜି ଜମ୍ମୁ କଶ୍ମୀର ପୁଲିସ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି।
ଆଜି ସକାଳେ ବୋନା ବଜାରରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସିଆରପିଏଫ ଯବାନ ବୋନା ବଜାରକୁ ଚାରିପଟୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ସୁରକ୍ଷାବଳ ଉପରକୁ ଆତଙ୍କବାଦୀ ପ୍ରଥମେ ଗୁଳି ମାଡ଼ କରିଥିଲେ। ପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ମାଡ଼ର ଶିକାର ହୋଇଥିଲେ ଆତଙ୍କବାଦୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।