ଟପ୍ ମହିଳା ନକ୍ସଲ ନିହତ, ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର

ରାୟପୁର: ଛତିଶଗଡ଼ର ନକ୍ସଲପ୍ରବଣ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମହିଳା ମାଓବାଦୀ ଜ୍ୟୋତି ମୁରିୟାମି ନିହତ ହୋଇଛି। ତେବେ ଏହି ମହିଳା ଜଣେ କୁଖ୍ୟାତ ନକ୍ସଲ କ୍ୟାଡର୍ ହୋଇଥିବାରୁ ତାଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଚିନ୍ତଲନର ଓ ଡୋଣ୍ଡିପଦର ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଡିଆର୍‌ଜି ପକ୍ଷରୁ ଏଥିପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। […]

o

Hemant Lenka
  • Published: Thursday, 22 November 2018
  • , Updated: 22 November 2018, 04:04 PM IST

ରାୟପୁର: ଛତିଶଗଡ଼ର ନକ୍ସଲପ୍ରବଣ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ହାର୍ଡକୋର୍ ମହିଳା ମାଓବାଦୀ ଜ୍ୟୋତି ମୁରିୟାମି ନିହତ ହୋଇଛି। ତେବେ ଏହି ମହିଳା ଜଣେ କୁଖ୍ୟାତ ନକ୍ସଲ କ୍ୟାଡର୍ ହୋଇଥିବାରୁ ତାଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ଚିନ୍ତଲନର ଓ ଡୋଣ୍ଡିପଦର ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ କିଛି ମାଓବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଡିଆର୍‌ଜି ପକ୍ଷରୁ ଏଥିପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। କିନ୍ତୁ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ହାର୍ଡକୋର ମାଓବାଦୀ ଜ୍ୟୋତି ମୁରିୟାମି ନିହତ ହୋଇଥିଲା ବୋଲି ଡିଆଇଜି ସୁନ୍ଦରାଜ ପି କହିଛନ୍ତି।

ଜ୍ୟୋତି ଉଭୟ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତରେ ଅପରେସନ୍‌ କରୁଥିଲା।

Related story