ଚେନ୍ନାଇରେ ପହଞ୍ଚିଲା ପାଣି ବୋଝେଇ ଟ୍ରେନ

ଚେନ୍ନାଇ: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭେଲୋରରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ୫୦ ୱାଗନ ପାଣି ଚେନ୍ନାଇରେ ପହଞ୍ଚିଛି। ଏହି ୫୦ ୱାଗନ୍‌ରେ ୨.୫ ମିଲିୟନ ଲିଟର ପାଣି ରହିଛି। ଭେଲୋରର ଜୋଲାରପେଟ ଜିଲ୍ଲାରୁ ଏହି ଟ୍ରେନ୍‌ଟି ପାଣି ନେଇ ଚେନ୍ନାଇରେ ପହଞ୍ଚିଛି। ଗତକାଲି ରାତି ୧.୩୦ରୁ ୱାଗନ ଗୁଡ଼ିରେ ପାଣି ଭର୍ତ୍ତି କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସକାଳ ୭.୧୦ରେ ଟ୍ରେନ୍‌ଟି ଚେନ୍ନାଇ […]

ww

Hemant Lenka
  • Published: Friday, 12 July 2019
  • , Updated: 12 July 2019, 03:31 PM IST

ଚେନ୍ନାଇ: ଉତ୍କଟ ଜଳ ସଙ୍କଟ ଦେଇ ଗତି କରୁଥିବା ଚେନ୍ନାଇବାସୀଙ୍କୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ଭେଲୋରରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ୫୦ ୱାଗନ ପାଣି ଚେନ୍ନାଇରେ ପହଞ୍ଚିଛି। ଏହି ୫୦ ୱାଗନ୍‌ରେ ୨.୫ ମିଲିୟନ ଲିଟର ପାଣି ରହିଛି। ଭେଲୋରର ଜୋଲାରପେଟ ଜିଲ୍ଲାରୁ ଏହି ଟ୍ରେନ୍‌ଟି ପାଣି ନେଇ ଚେନ୍ନାଇରେ ପହଞ୍ଚିଛି।

ଗତକାଲି ରାତି ୧.୩୦ରୁ ୱାଗନ ଗୁଡ଼ିରେ ପାଣି ଭର୍ତ୍ତି କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସକାଳ ୭.୧୦ରେ ଟ୍ରେନ୍‌ଟି ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଚେନ୍ନାଇରେ ଥିବା ଭିଲ୍ଲିଭାକମ୍‌ ଷ୍ଟେସନ୍‌ରେ ଏହା ପହଞ୍ଚିଥିଲା।

ଏହାକୁ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଥାଇ ସ୍ୱାଗତ କରିଥିଲେ। ଏହି ପାଣିକୁ ଚେନ୍ନାଇବାସୀଙ୍କ ପାଇଁ ପଠାଯାଇଛି। ପ୍ରତି ୱାଗନରେ ୫୫,୦୦୦ ଲିଟର ପାଣି ରହିଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ପ୍ରତିଦିନ ଜୋଲାରପେଟରୁ ୧୦ ମିଲିୟନ ଲିଟର ପାଣି ଚେନ୍ନାଇକୁ ଆସିବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ କରାଯାଇଛି।

Related story