ୟାସିନ ମାଲିକର ସଂଗଠନ ଉପରେ ନିଷେଧାଦେଶ ଜାରି

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲିକର ସଂଗଠନ ଜେକେଏଲଏଫ୍‌ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ନିଷେଧାଦେଶ କାଏମ ରହିଛି। ଆଜି ବେଆଇନ କାର୍ଯ୍ୟକଳାପ ନିରୋଧ ଆକ୍ଟର ଟ୍ରିବ୍ୟୁନାଲ ଏହାକୁ କାଏମ ରଖିବା ସହ ଜେଏକେଏଲଏଫ୍‌ ବିଭିନ୍ନ ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତ ରହିଥିବା କହିଛନ୍ତି। ଏଥିପାଇଁ ଏହାକୁ ଏକ ଆତଙ୍କୀ ସଂଗଠନ କହିବାରେ କୌଣସି ଅସୁବିଧା ନାହିଁ ବୋଲି ଟ୍ରିବ୍ୟୁନାଲ ମତ ଦେଇଛନ୍ତି। ୟାସିନ ମାଲିକଙ୍କ ଜେକେଏଲଏଫ୍‌ର କାର୍ଯ୍ୟକଳାପ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାର୍ଚ୍ଚ ୨୨ରେ […]

v

Hemant Lenka
  • Published: Thursday, 26 September 2019
  • , Updated: 26 September 2019, 04:47 PM IST

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲିକର ସଂଗଠନ ଜେକେଏଲଏଫ୍‌ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ନିଷେଧାଦେଶ କାଏମ ରହିଛି। ଆଜି ବେଆଇନ କାର୍ଯ୍ୟକଳାପ ନିରୋଧ ଆକ୍ଟର ଟ୍ରିବ୍ୟୁନାଲ ଏହାକୁ କାଏମ ରଖିବା ସହ ଜେଏକେଏଲଏଫ୍‌ ବିଭିନ୍ନ ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତ ରହିଥିବା କହିଛନ୍ତି। ଏଥିପାଇଁ ଏହାକୁ ଏକ ଆତଙ୍କୀ ସଂଗଠନ କହିବାରେ କୌଣସି ଅସୁବିଧା ନାହିଁ ବୋଲି ଟ୍ରିବ୍ୟୁନାଲ ମତ ଦେଇଛନ୍ତି।

ୟାସିନ ମାଲିକଙ୍କ ଜେକେଏଲଏଫ୍‌ର କାର୍ଯ୍ୟକଳାପ ଉପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମାର୍ଚ୍ଚ ୨୨ରେ ବ୍ୟାନ୍‌ ଲଗାଇଥିଲା। ଏହି ସଂଗଠନ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ସଂଗଠନ ବିରୋଧରେ ଏକାଧିକ ପ୍ରମାଣ ମଧ୍ୟ ମିଳିଛି। ସଂଗଠନ ଏମିତି କିଛି କାର୍ଯ୍ୟ କରୁଛି ଯାହା ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି।

ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଗୁଡ଼ିକ ସହ ଜେକେଏଲଏଫ୍‌ର ସାମଞ୍ଜସ୍ୟ ରହିଛି। ଏହି ସଂଗଠନ ନାଁରେ ୯୮ଟି ଏଫ୍‌ଆଇଆର ରୁଜୁ ହୋଇଥିଲା। ସବୁଥିରେ ସଂଗଠନ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଜଣାପିଛି। ତେଣୁ ଏହାକୁ ବ୍ୟାନ୍‌ କରାଯିବା ନିଷ୍ପତ୍ତି ଠିକ୍‌ ବୋଲି ଟ୍ରିବ୍ୟୁନାଲର ବିଚାରପତି ଜଷ୍ଟିସ୍‌ ଶେଖର କହିଛନ୍ତି।

Related story