ଚୀନ୍‌ରେ ଘୂର୍ଣ୍ଣିଝଡ, ୬ ମୃତ, ୮ ନିଖୋଜ

ବେଜିଂ: ତାଇୱାନ୍‌ରେ ତାଣ୍ଡବ ରଚିବା ପରେ ଘୂର୍ଣ୍ଣିଝଡ ‘ଟାଇଫୁନ୍‌ ନେର୍ପାଟକ୍‌’ ଆଜି ଚୀନରେ ଆତଙ୍କ ରଚିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଏହି ଘୂର୍ଣ୍ଣିଝଡରେ ୮୬୦ ମିଲିୟନ ୟୁଆନ୍‌ର ସମ୍ପତ୍ତି ନଷ୍ଟ ହୋଇଛି। ରବିବାର ବିଳମ୍ବିତ ରାତି ସୁଦ୍ଧା ୧୦ଟି ସହରର ୨୦୦,୦୦୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧,୯୦୦ରୁ ଅଧିକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି। ଶୁକ୍ରବାର ଓ […]

tropical-storm-china

Rakesh Mallick
  • Published: Monday, 11 July 2016
  • , Updated: 04 May 2017, 03:44 PM IST

ବେଜିଂ: ତାଇୱାନ୍‌ରେ ତାଣ୍ଡବ ରଚିବା ପରେ ଘୂର୍ଣ୍ଣିଝଡ ‘ଟାଇଫୁନ୍‌ ନେର୍ପାଟକ୍‌’ ଆଜି ଚୀନରେ ଆତଙ୍କ ରଚିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ଏହି ଘୂର୍ଣ୍ଣିଝଡରେ ୮୬୦ ମିଲିୟନ ୟୁଆନ୍‌ର ସମ୍ପତ୍ତି ନଷ୍ଟ ହୋଇଛି।

ରବିବାର ବିଳମ୍ବିତ ରାତି ସୁଦ୍ଧା ୧୦ଟି ସହରର ୨୦୦,୦୦୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧,୯୦୦ରୁ ଅଧିକ ଲୋକଙ୍କ ଘର ନଷ୍ଟ ହୋଇଯାଇଛି।

ଶୁକ୍ରବାର ଓ ଶନିବାର ତାଇୱାନ୍‌ର ୧୫,୦୦୦ରୁ ଅଧିକ ଲୋକଙ୍କ ଘର ନଷ୍ଟ ହୋଇଥିବା ବେଳେ ବହୁ ଲୋକଙ୍କର ପତ୍ତା ମିଳୁନାହିଁ।

Related story