୩.୫ ଲକ୍ଷ ଟଙ୍କାର ପିଆଜ ବୋଝେଇ ଟ୍ରକ ଅପହରଣ କଲେ ଡକାୟତ

ପାଟନା: ସୁନା, ନଗଦ ଟଙ୍କା ଲୁଟିବାର ଅନେକ ଉଦାହରଣ ବିହାରରେ ଦେଖିବାକୁ ମିଳିଥାଏ। ହେଲେ ଏବେ ପିଆଜ ଲୁଟ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା। ୬ ଜଣ ସଶସ୍ତ୍ର ଡକାୟତ ଗୁରୁବାର ବିଳମ୍ୱିତ ରାତିରେ ୫ ଟନ୍ ପିଆଜ ଲୁଟ୍ କରିଥିବା ଅଭିଯୋଗ ହୋଇଛି। କଇମୁର ଜିଲ୍ଲାର ମୋହନିଆ ପୁଲିସ ଷ୍ଟେସନ ନିକଟରେ ଥିବା ପୁରୁଣା ଗ୍ରାଣ୍ଡ ଟ୍ରଙ୍କ ରାସ୍ତାରେ ପିଆଜ ଟ୍ରକଟି ଆସୁଥିବା ବେଳେ ଏହି ଲୁଟ୍ ହୋଇଛି। ବିହାରରେ ବଜାର ଦର ଅନୁଯାୟୀ ପିଆଜ […]

onion truck

Subhransu Sekhar
  • Published: Saturday, 28 December 2019
  • , Updated: 28 December 2019, 03:49 PM IST

ପାଟନା: ସୁନା, ନଗଦ ଟଙ୍କା ଲୁଟିବାର ଅନେକ ଉଦାହରଣ ବିହାରରେ ଦେଖିବାକୁ ମିଳିଥାଏ। ହେଲେ ଏବେ ପିଆଜ ଲୁଟ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା। ୬ ଜଣ ସଶସ୍ତ୍ର ଡକାୟତ ଗୁରୁବାର ବିଳମ୍ୱିତ ରାତିରେ ୫ ଟନ୍ ପିଆଜ ଲୁଟ୍ କରିଥିବା ଅଭିଯୋଗ ହୋଇଛି। କଇମୁର ଜିଲ୍ଲାର ମୋହନିଆ ପୁଲିସ ଷ୍ଟେସନ ନିକଟରେ ଥିବା ପୁରୁଣା ଗ୍ରାଣ୍ଡ ଟ୍ରଙ୍କ ରାସ୍ତାରେ ପିଆଜ ଟ୍ରକଟି ଆସୁଥିବା ବେଳେ ଏହି ଲୁଟ୍ ହୋଇଛି।

ବିହାରରେ ବଜାର ଦର ଅନୁଯାୟୀ ପିଆଜ କିଲୋପିଛା ୧୦୦ରୁ ୧୨୦ ଟଙ୍କା ରହିଛି। ଲୁଟ୍ ହୋଇଥିବା ପିଆଜର ମୂଲ୍ୟ ୩.୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ଅନୁଯାୟୀ, ଡ୍ରାଇଭର ଜଣଙ୍କ ଉତ୍ତର ପ୍ରଦେଶ କୌଶମ୍ୱୀର ବାସିନ୍ଦା। ପିଆଜ ବୋଝେଇ ଟ୍ରକକୁ ପିଛା କରି ୬ ଜଣ ଡକାୟତ ଏକ କାର୍‌ରେ ଆସିଥିଲେ। ୪ ଘଣ୍ଟା ଧରି ଡକାୟତଙ୍କ କାର୍‌ଟି ଟ୍ରକକୁ ପିଛା କରିଥିଲା। ଶେଷରେ ଠିକ୍ ୧୦ଟା ୩୦ ସମୟରେ ଟ୍ରକକୁ ଅଟକାଇଥିଲେ ଡକାୟତମାନେ। ଜଣେ ଡକାୟତ ଟ୍ରକ ଡ୍ରାଇଭର ଦେଶ ରାଜ(୫୦)ଙ୍କ ମୁଣ୍ଡରେ ବନ୍ଧୁକ ରଖି ଟ୍ରକକୁ ଅପହରଣ କରି ନେଇଥିଲେ। ଏକ ଅଜଣା ଜାଗାକୁ ନେଇ ଟ୍ରକରେ ଥିବା ସମସ୍ତ ପିଆଜ ବସ୍ତାକୁ ଅନଲୋଡ କରିଥିଲେ।

ଏହାପରେ ଟ୍ରକ ଡ୍ରାଇଭର ଜଣଙ୍କ ଟ୍ରକକୁ ଖୋଜିବା ପରେ କୁଡରା ପୁଲିସ ଷ୍ଟେସନ ଅଧୀନରେ ଥିବା ପୁଶଉଲିର ଏକ ପେଟ୍ରୋଲ ପମ୍ପ ନିକଟରୁ ଟ୍ରକଟିକୁ ଉଦ୍ଧାର କରିଥିଲେ। ଏହାପରେ ପିଆଜ ଟ୍ରକ ବୁକ୍ କରିଥିବା ବ୍ୟକ୍ତି ମହମ୍ମଦ ମିନହାଜ ରଇଜଙ୍କୁ ଫୋନ୍ କରି ସମସ୍ତ କଥା କହିଥିଲେ ଡ୍ରାଇଭର ଜଣଙ୍କ।

ମୋହନିଆ ଥାନା ଅଧିକାରୀ ଉଦୟ ଭାନୁ ସିଂହ କହିଛନ୍ତି, ଟ୍ରକ ଅପହରଣ ନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି।

Related story