ନୂଆଦିଲ୍ଲୀ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ କହିଛନ୍ତି।
ଅହିଂସା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏବଂ ମାନବିକ ଅଧିକାର ପାଇଁ ବହୁଦିନ ଧରି ଲଢ଼ି ଆସିଥିବା ଦଲାଇଲାମା ଏହି ଅବସରରେ କହିଛନ୍ତି, ଟ୍ରମ୍ପ ଦିନେ ଗୋଟିଏ କଥା କହୁଛନ୍ତି, ତ ଆଉ ଦିନେ ଆଉ ଗୋଟିଏ କଥା। ସେ ଆହୁରି ମଧ୍ୟ କହିଛନ୍ତି, ଟ୍ରମ୍ପ ରାଷ୍ଟ୍ରପତି ହେବାପରେ ‘ଆମେରିକା ଫାଷ୍ଟ’ ବାବଦରେ କହିଥିଲେ, ଯାହା ମୋ ମତରେ ସମ୍ପୂର୍ଣ୍ଣ ଭୁଲ। ଆମେରିକାକୁ ସମଗ୍ର ବିଶ୍ୱର ଦାୟିତ୍ୱ ନେବାକୁ ହେବ।
ନୋବେଲ ଶାନ୍ତି ପୁରସ୍କାର ବିଜେତା ଦଲାଇ ଲାମା ୨୦୧୭ ମସିହାରେ ଏକ ସମ୍ମିଳନୀରେ ସମାନ ମନ୍ତବ୍ୟ ଦେଇଥିଲେ। ଏପରିକି ୨୦୧୬ ମସିହାରେ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହେବା ସମୟରେ ଦଲାଇ ତାଙ୍କ ପ୍ରାର୍ଥୀତ୍ୱକୁ ନାପସନ୍ଦ କରିଥିଲେ।