ଭାରତୀୟ ବଂଶୋଦ୍ଭବଙ୍କୁ ବଡ଼ ଦାୟିତ୍ୱ ଦେଲେ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାର ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ସୁଏ ଘୋଷ ଷ୍ଚ୍ରିକଲେଟଙ୍କୁ ଏସିଆରେ ୟୁଏସଏଆଇଡିର ସହଯୋଗୀ ପ୍ରଶାସିନକ ଅଧିକାରୀ ଭାବେ ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସିନେଟରେ ପ୍ରସ୍ତାବ ପାରିତ ହେଲେ ସୁଏ ଘୋଷ ଏହି ପଦବୀର ଦାୟିତ୍ୱ ନେବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ନିକଟତମ ବ୍ୟକ୍ତି ଭାବରେ ଆଇନଜୀବୀ ସୁଏ ଘୋଷ ଷ୍ଚ୍ରିକଲେଟ ଜଣାଶୁଣା। ଟ୍ରମ୍ପ ନେତୃତ୍ୱ ନେଉଥିବା ରାଜନୀତିକ ଦଳ ରିପବ୍ଲିକିଆନ୍ ପାର୍ଟି ପାଇଁ ସୁଏ ଘୋଷ ଷ୍ଚ୍ରିକଲେଟ ଦୀର୍ଘ ବର୍ଷ ହେବ […]

Sue-Ghosh

Subhransu Sekhar
  • Published: Saturday, 18 July 2020
  • , Updated: 18 July 2020, 02:45 PM IST

ନ୍ୟୁୟର୍କ: ଆମେରିକାର ଭାରତୀୟ ବଂଶୋଦ୍ଭବ ଆଇନଜୀବୀ ସୁଏ ଘୋଷ ଷ୍ଚ୍ରିକଲେଟଙ୍କୁ ଏସିଆରେ ୟୁଏସଏଆଇଡିର ସହଯୋଗୀ ପ୍ରଶାସିନକ ଅଧିକାରୀ ଭାବେ ମନୋନୀତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସିନେଟରେ ପ୍ରସ୍ତାବ ପାରିତ ହେଲେ ସୁଏ ଘୋଷ ଏହି ପଦବୀର ଦାୟିତ୍ୱ ନେବେ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ନିକଟତମ ବ୍ୟକ୍ତି ଭାବରେ ଆଇନଜୀବୀ ସୁଏ ଘୋଷ ଷ୍ଚ୍ରିକଲେଟ ଜଣାଶୁଣା। ଟ୍ରମ୍ପ ନେତୃତ୍ୱ ନେଉଥିବା ରାଜନୀତିକ ଦଳ ରିପବ୍ଲିକିଆନ୍ ପାର୍ଟି ପାଇଁ ସୁଏ ଘୋଷ ଷ୍ଚ୍ରିକଲେଟ ଦୀର୍ଘ ବର୍ଷ ହେବ କାମ କରି ଆସୁଛନ୍ତି। ୟୁଏସଏଆଇଡି ହେଉଛି ଆମେରିକା ସରକାରଙ୍କର ଏକ ଶାଖା। ଏହି ସଂସ୍ଥା ଆମେରିକା ସରକାରଙ୍କୁ ବିଭିନ୍ନ ଦେଶର ବିକାଶ, ଗଣତନ୍ତ୍ର ଏବଂ ଲିଙ୍ଗଗତ ସମାନତା ବାବଦରେ ଅବଗତ କରାଇଥାଏ।

ହ୍ୱାଇଟ୍ ହାଉସ କହିଛି, ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସୁଏ ଘୋଷ ଷ୍ଚ୍ରିକଲେଟ ଏସିଆର ପରାମର୍ଶଦାତା ଥିଲେ। ୨୦୧୬ରେ ମାର୍ୟଲ୍ୟାଣ୍ଡ ରାଜ୍ୟ ନିର୍ବାଚନ ବେଳେ ଟ୍ରମ୍ପଙ୍କ ପ୍ରଚାର ଦାୟିତ୍ୱରେ ଥିଲେ। ଏଥିସହ ରିପବ୍ଲିକିଆନ୍ ପାର୍ଟିର ଟ୍ରମ୍ପଙ୍କ ପୂର୍ବ ଦୁଇ ପ୍ରାର୍ଥୀଙ୍କ ପ୍ରଚାର ଦାୟିତ୍ୱରେ ଥିଲେ।

ଏହାବାଦ ସୁଏ ଘୋଷ ଷ୍ଚ୍ରିକଲେଟ ଆମେରିକାନ ହିନ୍ଦୁ ସଂଘର ସେ ସଦସ୍ୟ ଥିଲେ। ଆମେରିକାରେ ହିନ୍ଦୁ ଧର୍ମକୁ ଆଗକୁ ନେବାରେ ତାଙ୍କର ଭୂମିକା ରହିଛି। ଭାରତ ଏବଂ ଟ୍ରମ୍ପ ସରକାରର ସମ୍ପର୍କ ବାବଦରେ ବହି ସହିତ ଅନେକ ସ୍ତମ୍ଭ ଲେଖୁଥିବା ଜଣାପଡ଼ିଛି। ଦୀର୍ଘ ୨୫ ବର୍ଷ ହେବ ଆଇନଜୀବୀ ଭାବରେ ସୁଏ ଘୋଷ ଷ୍ଚ୍ରିକଲେଟଙ୍କର ଅଭିଜ୍ଞତା ଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Related story