ତୁର୍କୀରେ ସେନାର ଏକ ଗୋଷ୍ଠୀଙ୍କ ବିଦ୍ରୋହ

ଆଙ୍କରା: ତୁର୍କୀରେ ଗତକାଲି ରାତିରେ ସେନାର ଏକ ଗୋଷ୍ଠୀ ବିଦ୍ରୋହ କରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ରୋହରେ ୧୯୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ପେଶାଲ ଫୋର୍ସ ହେଡକ୍ୱାର୍ଟର ଉପରେ ହେଲିକପ୍ଟର ଆକ୍ରମଣରେ ମଧ୍ୟ ୧୭ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ୨୮୦୦ ଲୋକଙ୍କୁ ଗିରଫ କରାଯାଇଛି। ରାଜରାସ୍ତାରେ ସେନା ଟ୍ୟାଙ୍କ ପଇଁତରା ମାରିବା ସହ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌, ବିମାନବନ୍ଦର ଓ ରେଳଷ୍ଟେସନ ଗୁଡିକ ନିୟନ୍ତ୍ରଣ ଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ତୁର୍କୀ […]

EPA-TURKEY-COUP-ATTEMPT

Rakesh Mallick
  • Published: Saturday, 16 July 2016
  • , Updated: 04 May 2017, 03:44 PM IST

ଆଙ୍କରା: ତୁର୍କୀରେ ଗତକାଲି ରାତିରେ ସେନାର ଏକ ଗୋଷ୍ଠୀ ବିଦ୍ରୋହ କରିଥିବା ଅଭିଯୋଗ ହୋଇଛି। ଏହି ବିଦ୍ରୋହରେ ୧୯୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ପେଶାଲ ଫୋର୍ସ ହେଡକ୍ୱାର୍ଟର ଉପରେ ହେଲିକପ୍ଟର ଆକ୍ରମଣରେ ମଧ୍ୟ ୧୭ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି।

ଏହି ଘଟଣାରେ ୨୮୦୦ ଲୋକଙ୍କୁ ଗିରଫ କରାଯାଇଛି।

ରାଜରାସ୍ତାରେ ସେନା ଟ୍ୟାଙ୍କ ପଇଁତରା ମାରିବା ସହ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌, ବିମାନବନ୍ଦର ଓ ରେଳଷ୍ଟେସନ ଗୁଡିକ ନିୟନ୍ତ୍ରଣ ଥିବା ସରକାରଙ୍କ ପକ୍ଷରୁ ଦାବି କରାଯାଇଛି।

ତୁର୍କୀ ରାଷ୍ଟ୍ରପତି ଏର ଡୋଗାନ୍ ଆଜି ଇସ୍ତାନବୁଲରେ ପହଞ୍ଚି କହିଛନ୍ତି,“ସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ବିଦ୍ରୋହ ଅସଫଳ ହୋଇଛି। ଦେଶର ଶାସନ ନିୟନ୍ତ୍ରଣରେ ଅଛି। ଦେଶବାସୀ ସୁରକ୍ଷିତ ରହିଛନ୍ତି। ଯେଉଁମାନେ ଏପରି କାଣ୍ଡ କରିଛନ୍ତି ସେମାନଙ୍କୁ ଚରମ ଦଣ୍ଡ ବିଧାନ କରାଯିବ।”

ଦେଶରେ ବିଶୃଙ୍ଖଳା ସୃଷ୍ଟି ଲାଗି ସେ ଆମେରିକାରେ ରହୁଥିବା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଫେହତୁଲ୍ଲା ଗୁଲେନ୍‌ଙ୍କ ଉପରେ ଦୋଷାରୋପ କରିଛନ୍ତି।

Related story