ଲସ୍ ଏଞ୍ଜେଲେସ: ଟିଭି ଷ୍ଟୁଡିଓରେ ପ୍ରୋଗ୍ରାମ ଚାଲିଥିବା ବେଳେ ହଠାତ ଭୂମିକମ୍ପ ଘଟିବାରୁ ଭୟରେ ଡେସ୍କ ତଳେ ଲୁଚିଗଲେ ଉପସ୍ଥାପକ। ଆଜ୍ଞା ହଁ ତା’ପୁଣି ଅଗଣିତ ଦର୍ଶକଙ୍କ ଆଗରେ। ସେ ଲସ୍ ଏଞ୍ଜେଲେସ୍ରେ ହୋଇଥିବା ଏକ ଭୂକମ୍ପ ସମୟରେ ଟିଭିରେ ସିଧା ପ୍ରସାରଣ ଚାଲୁ ରହିଥିଲା।
ସେ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ଲାଇଭ୍ ପ୍ରୋଗ୍ରାମରେ କହିଥିଲେ, ଆମେ ଜୋର ଝଟକା ଅନୁଭବ କରୁଛୁ। ମୁଁ ଭାବୁଛି ସୁରକ୍ଷା ପାଇଁ ଆମକୁ ଡେସ୍କ ତଳକୁ ଚାଲିଯିବାକୁ ହେବ। ସେତେବେଳେ ତାଙ୍କ ସହ-ଉପସ୍ଥାପକ କମର୍ସିଆଲ ବ୍ରେକ୍ ପାଇଁ ଘୋଷଣା କରିସାରିଥିଲେ। ତେବେ ଅନ୍ ଏୟାର ଲାଇଟ୍କୁ ଅଫ୍ ହେବା ଯାଏ ଅପେକ୍ଷା ନକରି ସେ ନିଜ ଚେୟାରକୁ ପଛକୁ ଠେଲି ଦେଇ ଡେସ୍କ ତଳେ ଲୁଚିଯାଇଥିଲେ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦକ୍ଷିଣ କାଲିଫର୍ଣ୍ଣିଆରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ ୨୦ ବର୍ଷରେ ଏହା ସର୍ବାଧିକ ଥିଲା।