ଜୀବନ ନେଉଛି ବାୟୁ ପ୍ରଦୂଷଣ, ଭାରତ ପାଇଁ ସତର୍କ ଘଣ୍ଚି

ନୂଆଦିଲ୍ଲୀ: ବାୟୁମଣ୍ଡଳ ପୂର୍ବ ଅପେକ୍ଷା ଅଧିକ ପ୍ରଦୂଷଣ ହେଉଛି। ବିକାଶ ଓ ହାତ ପାଆନ୍ତାରେ ମିଳୁଥିବା ସୁବିଧାକୁ ନଜରରେ ରଖି ଗଢ଼ି ଉଠୁଥିବା ଶିଳ୍ପ ସଂସ୍ଥା ଆମ ପାଇଁ ବିପଦ ଆଣିଛି। ଆସନ୍ତାକାଲି (ଜୁନ ୫) ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର୍ ୨୦୧୯ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ଗୋଟିଏ ବର୍ଷରେ ୧୨ ଲକ୍ଷ ଲୋକଙ୍କର […]

AIR POLLUTION

Subhransu Sekhar
  • Published: Tuesday, 04 June 2019
  • , Updated: 04 June 2019, 03:09 PM IST

ନୂଆଦିଲ୍ଲୀ: ବାୟୁମଣ୍ଡଳ ପୂର୍ବ ଅପେକ୍ଷା ଅଧିକ ପ୍ରଦୂଷଣ ହେଉଛି। ବିକାଶ ଓ ହାତ ପାଆନ୍ତାରେ ମିଳୁଥିବା ସୁବିଧାକୁ ନଜରରେ ରଖି ଗଢ଼ି ଉଠୁଥିବା ଶିଳ୍ପ ସଂସ୍ଥା ଆମ ପାଇଁ ବିପଦ ଆଣିଛି। ଆସନ୍ତାକାଲି (ଜୁନ ୫) ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଥିବା ବେଳେ ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର୍ ୨୦୧୯ ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି।

ଏହି ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ଗୋଟିଏ ବର୍ଷରେ ୧୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ସଡ଼କ ଦୁର୍ଘଟଣା, ମ୍ୟାଲେରିଆ ଦୁଇଟି କାରଣ ପାଇଁ ଅଧିକାଂଶ ଲୋକଙ୍କ ଜୀବନ ଯାଉଥିଲା। ଏବେ ବାୟୁ ପ୍ରଦୂଷଣ ଭାରତରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୭ରେ ବାୟୁ ପ୍ରଦୂଷଣ ପାଇଁ ଭାରତରେ ୧୨ ଲକ୍ଷ ଓ ଚୀନରେ ୧୪ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ଓ ପ୍ରଦୂଷଣ ମାତ୍ରା ଅଧିକ ହେବାରୁ ଦକ୍ଷିଣ ଏସିଆରେ ବସବାସ କରୁଥିବା ଲୋକଙ୍କର ଆୟୁଷ ୩୦ ମାସ କମି ଯାଇଥିବା ଜଣାପଡ଼ିଛି। ବିଶ୍ୱସ୍ତରରେ ଲୋକଙ୍କ ଆୟୁଷ ୨୦ ମାସ କମିଛି ବୋଲି ସୂଚନା ରହିଛି।

ବିଶ୍ୱର ୧୦ ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ଦେଶର ୭ଟି ସହର ରହିଛି ଓ ଦିଲ୍ଲୀ ସ୍ଥିତ ଗୁରୁଗ୍ରାମ ଦେଶର ସବୁଠୁ ଵେଶୀ ପ୍ରଦୂଷିତ ସହର ବୋଲି ଦର୍ଶାଇ ଅନ୍ତର୍ଜାତୀୟ ଏନଜିଓ 'ଗ୍ରୀନପିସ' ମାର୍ଚ୍ଚ ୨୦୧୮ରେ ଏକ ରିପୋର୍ଟ ପ୍ରକାଶ କରିଥିଲା।

Related story